ଭାରତ ପହଂଚିଲା ତୈଳ ଟ୍ୟାଙ୍କର ‘ଦେଶ ଗାରିମା’
ହର୍ମୁଜ ପ୍ରଣାଳୀ ଦେଇ ଭାରତରେ ପହଂଚିଛି ଭାରତୀୟ ତୈଳ ଟ୍ୟାଙ୍କର ‘ଦେଶ ଗାରିମା’ ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲୁଥିବା ସମୟରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କପର୍ସ (ଆଇଆରଜିସି) ଜାହାଜ ଉପରେ ଗୁଳିମାଡ଼ କରିବା ସହିତ ନିଜେ ଜାହାଜଗୁଡ଼ିକ କବଜା କରୁଛି ।
ଏହାର ମଧ୍ୟରେ ଭାରତ ପାଇଁ ଆସିଛି ଏକ ଖୁସି ଖବର ।
ଦେଶ ଗାରିମା ଅଶୋଧିତ ତୈଳ ଟ୍ୟାଙ୍ଗର ବିପୁଳ ପରିମାଣର ତେଲ ନେଇ ଭାରତରେ ପହଂଚିଛି ।
ମୁମ୍ବାଇ ଉପକୂଳରୁ କିଛି ନଟିକାଲ ମାଇଲ ଦୂରରେ ଏହି ଜାହାଜ ରହିଛି । ଏହି ଜାହାଜ ଏପ୍ରିଲ ୧୮ ତାରିଖରେ ହର୍ମୁଜ ଛାଡ଼ିଥିଲା ଏବଂ ଭାରତୀୟ ପତାକା ଉଡାଇ ଏହି ଟ୍ୟାଙ୍କର ଜାହାଜ ହର୍ମୁଜ ପ୍ରଣାଳୀରେ ଆଇଆରଜିସିଦ୍ୱାରା ଗୁଳିଚାଳନା ପରେ ମଧ୍ୟ ଆଗକୁ ବଢ଼ି ଚାଲିଥିଲା ।
ବର୍ତମାନ ସୁରକ୍ଷିତ ଭାବେ ଭାରତରେ ପହଂଚିଛି ।