ଶୁଦ୍ଧ ସୁଆର, ଦଇତାପତି ସେବକ ନିଲମ୍ବିତ
ଅନୈତିକ କାର୍ଯ୍ୟରେ ଲିପ୍ତ ଅଭିଯୋଗ
ପୁରୀ ଶ୍ରୀମନ୍ଦିର ଶୁଦ୍ଧ ସୁଆର ଓ ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ବିଷୟ ପ୍ରଶାସନଙ୍କ ଦୃଷ୍ଟିକୁ ଆସିବା ପରିପ୍ରେକ୍ଷୀରେ ଆଜି ଶ୍ରୀମନ୍ଦିର ଆଇନ ଅନୁଯାୟୀ ତାଙ୍କୁ ଅନ୍ୟାଦେଶ ପାଇଁ ମୁଖ୍ୟ ପ୍ରଶାସକ ନିଲମ୍ବନ କରିଛନ୍ତି ।
ଉକ୍ତ ସେବକଙ୍କ ଅନୈତିକ କାର୍ଯ୍ୟ ସମଗ୍ର ସେବକ ସମାଜ ଏବଂ ଶ୍ରୀମନ୍ଦିରର ସମ୍ମାନ ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ପରିପ୍ରେକ୍ଷୀରେ ଉକ୍ତ ସେବକଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି ।
ଏହା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତର ରହିବା ସହିତ ନିଲମ୍ବନ ଅବଧିରେ ଉକ୍ତ ସେବକ ସେବାରୁ ବଂଚିତ ହେବା ସହିତ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ମୁଖ୍ୟ ପ୍ରଶାସକ ନିଷେଧାଜ୍ଞା ଜାରି କରିଛନ୍ତି ।
ଶ୍ରୀମନ୍ଦିରର ପ୍ରାୟତଃ ସେବକଙ୍କ ଆଚାର ବ୍ୟବହାର ସଠିକ ରହି ନୀତିକାନ୍ତି ସମ୍ପାଦନ ଶୃଙ୍ଖଳିତ ରହୁଥିବା ବେଳେ କିଛି ସେବକଙ୍କ ଅବାଂଛିତ କାର୍ଯ୍ୟକଳାପ ସମଗ୍ର ସେବକ ସମାଜକୁ ବଦନାମ କରୁଥିବା ଦର୍ଶାଇ କୌଣସି ବି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ।