ଶ୍ରମିକଙ୍କ କାର୍ଯ୍ୟ ସମୟ ସୂଚୀ ଉଲ୍ଲଂଘନ ଅଭିଯୋଗ
ଶ୍ରମ ବିଭାଗର ଚଢ଼ଉ
କେହି ଶ୍ରମିକ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖରାରେ କାମ କରିବେ ନାହିଁ ବୋଲି ସରକାର ଗାଇଡଲାଇନ ଧାର୍ଯ୍ୟ କରିଛନ୍ତି । ମାତ୍ର ଏହାର ଖୋଲା ଉଲ୍ଲଂଘନ ଝାରସୁଗୁଡ଼ାରେ କରାଯାଇଛି ।
ଉଦୁଉଦୁଆ ଟାଣ ଖରାରେ ଶ୍ରମିକମାଙ୍କୁ କାମ କରାଉଥିବା ନେଇ ଅଭିଯୋଗ ହୋଇଛି ।
ଏହି ଖବର ପାଇ ଶ୍ରମ ବିଭାଗ ଚଢ଼ଉ କରିଛି ।
ଶ୍ରମ ବିଭାଗ ଅଧିକାରୀ ତରୁଣ କୁମାର ମହାନ୍ତି ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ଠାରେ ଚାଲିଥିବା ରେଳବାଇ ଓଭରବି୍ରଜ କାର୍ଯ୍ୟସ୍ଥଳରେ ପହଂଚି ଚଢ଼ଉ କରିଛନ୍ତି ।
ଏହି ସମୟରେ ଖରାରେ ୧୨ ଜଣ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥବାରୁ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ଏହି ନିର୍ମାଣାଧୀନ କାମକୁ ଅଟକାଇଛନ୍ତି ।
ଏଥିପାଇଁ ଚକ୍ରଧରପୁର ରେଳବାଇ ଡିଭିଜନର ନିର୍ମାଣ ସଂସ୍ଥାକୁ ନୋଟିସ ଜାରି କରାଯାଇଛି ।