ଇରାନକୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧମକ
ଗ୍ରୀନ ସିଗନାଲକୁ ଅପେକ୍ଷା, ଅନ୍ଧାରଯୁଗକୁ ଇରାନକୁ ନେଇଯିବୁ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ରକ୍ତାକ୍ତ ଓ ଭୟାବହ ଯୁଦ୍ଧ ଏବେ ସାମୟିକ ଭାବେ ସ୍ଥଗିତ ରହିଛି ।
କାରଣ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଯୁଦ୍ଧବିରତିର ସମୟକୁ ସେ ନିଜେ ପୁଣି ଥରେ ବଢ଼ାଇଛନ୍ତି । ଅବଶ୍ୟ ଏହା ପଛରେ ତାଙ୍କର ନିଶ୍ଚୟ କୌଣସି ଏକ ବଡ଼ ପ୍ଲାନ ଥାଇପାରେ ।
ତେଣେ ଇରାନକୁ ଖୋଲାଖୋଲି ଧମକ ଦେଇଛି ତା’ର ଚିରଶତ୍ରୁ ତଥା ଏହି ଯୁଦ୍ଧର ଆବାହକ ଇସ୍ରାଏଲ ।
ଶୁକ୍ରବାର ଇସ୍ରାଏଲର ପ୍ରତିରକ୍ଷାମନ୍ତ୍ରୀ ଇରାନକୁ ଧମକ ଦେଇଛନ୍ତି ଯେ, କେବଳ ଆମେରିକାର ଗ୍ରୀନ ସିଗନାଲକୁ ଅପେକ୍ଷା ।
ଏହା ମିଳିବା ପରେ ଇରାନର ସମସ୍ତ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇ ସେଗୁଡ଼ିକୁ ଧ୍ୱଂସ କରିଦିଆଯିବ ।
ଏପରିହେଲେ ଇରାନ ଜିଦ ଛାଡ଼ିବ ଏବଂ ପୁଣି ଥରେ ପ୍ରସ୍ତରଯୁଗକୁ ଚାଲିଯିବ ବୋଲି ଇସ୍ରାଏଲର ପ୍ରତିରକ୍ଷାମନ୍ତ୍ରୀ ଧମକ ଦେଇଛନ୍ତି ।
ଅନ୍ୟପଟେ ଏହି ଯୁଦ୍ଧକୁ ନେଇ ଆମେରିକାରେ ଟ୍ରମ୍ପଙ୍କୁ କଡ଼ା ବିରୋଧକୁ ସାମ୍ନା କରିବାକୁ ପଡ଼ୁଛି । ଏଣୁ ନିଜ ଦେଶବାସୀଙ୍କ ବିରୋଧକୁ ସାମ୍ନା କରିନପାରି ସେ ଏବେ ଅନିର୍ଦିଷ୍ଟ କାଳ ପାଇଁ ଯୁଦ୍ଧବିରାମ ଘୋଷଣା କରିଛନ୍ତି ।
ତେଣେ ଏହି ଯୁଦ୍ଧରେ ପରୋକ୍ଷ ଭାବେ ଆମେରିକା ମଧ୍ୟ ପ୍ରଭାବିତ ହୋଇଛି । କାରଣ ତା’ର ଅର୍ଦ୍ଧାଧିକ ଏୟାର ଡିଫେନ୍ସ ସିଷ୍ଟମ ଶେଷ ହୋଇଯାଇଛି ।
ଅର୍ଥାତ ଆମେରିକାର ଏୟାର ଡିଫେନ୍ସ ସିଷ୍ଟମ ପାଟ୍ରିଅଟ ଓ ଥାଡର ୫୦% ଏହି ଯୁଦ୍ଧରେ ଶେଷ ହୋଇଯାଇଥିବାରୁ କିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମେରିକା ରାଷ୍ଟ୍ରପତି ଟମ୍ପ ଏହି ଯୁଦ୍ଧବିରାମ ଘୋଷଣା କରିଛନ୍ତି ।