ତୀର୍ଥଯାତ୍ରୀ ବସ ଓଲଟି ୮ ଗୁରୁତର
ଆଜି ଏକ ତୀର୍ଥଯାତ୍ରୀ ବସ ଓଲଟି ପଡ଼ିବାରୁ ୮ ଜଣ ଗୁରୁତର ହୋଇଛନ୍ତି ।
ଏହି ବସଟି କେରଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା ।
ବାଲେଶ୍ୱରର ଖନ୍ତାପଡ଼ାଥାନା ଶେରଗଡ଼ ପାଖରେ ଭାରସାମ୍ୟ ହରାଇ ଏହା ରାସ୍ତାକଡ଼କୁ ଓଲଟିପଡ଼ିଥିଲା । ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି ।
ଦୁର୍ଘଟଣାଗ୍ରସ୍ତ ବସର କାଚ ଭାଂଗି ସ୍ଥାନୀୟ ଲୋକେ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିବାବେଳେ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚିଛି ।
ପୁଲିସ ସହାୟତାରେ ଗୁରୁତର ୮ ତୀର୍ଥଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି ।