ଆସ୍ଥା ଭୋଟ ଜିତିଲେ ସମ୍ରାଟ ଚୌଧାରୀ
ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀଙ୍କ ସରକାର ଆଜି ବିଧାନସଭାରେ ବାଚନିକ ଭୋଟଦ୍ୱାରା ଆସ୍ଥା ଭୋଟ ଜିତିବା ପରେ ଚୌଧୁରୀ ନୀତିଶ କୁମାରଙ୍କ ପଥକୁ ଅନୁସରଣ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ।
ଚୌଧାରୀ କହିଛନ୍ତି ଯେ କୁମାରଙ୍କ ଅଧୀନରେ ଏନଡିଏ ସରକାର ଗତ ଦୁଇ ଦଶନ୍ଧି ମଧ୍ୟରେ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କାମ କରିଛି ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିକଶିତ ଭାରତ ପାଇଁ ପ୍ରୟାସ କରିଥିବାବେଳେ ନୀତିଶ କୁମାର ସମୃଦ୍ଧ ବିହାର ପାଇଁ କାମ କରିଛନ୍ତି ।
ନୀତିଶଙ୍କ ନେତୃତ୍ୱାଧୀନରେ ପରିବର୍ତନ ଯାତ୍ରା ଆଗକୁ ଅତି ଦ୍ରୁତ ଗତିରେ ଜାରି ରହିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।
ଆରଜେଡି ନେତା ତେଜସ୍ୱୀ ଯାଦବ ଚୌଧାରୀଙ୍କ ଲାଲୁ ସ୍କୁଲର ଉତ୍ପାଦ ବୋଲି କହିଥିବାରୁ ସେ ଆଜି ତେଜସ୍ୱୀ ଯାଦବଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।
ଚୌଧାରୀ କହିଛନ୍ତି ଯେ ଗଣତନ୍ତ୍ରରେ କିଏ କେଉଁଠାରେ ପହଂଚିବ ସେ ନିଷ୍ପତି ଲୋକ ନେବେ । ଏଠି କୌଣସି ସ୍କୁଲ ନାହିଁ, ବିଜେପି ମତେ ବିହାରରେ ଦଳର ମୁଖ୍ୟ କରିଛି ଏବଂ ଦୁଇଥର ଉପମୁଖ୍ୟମନ୍ତ୍ରୀ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ମୋର ପଦୋନ୍ନତି କରିଛି ।
ତାଙ୍କର ବକ୍ତବ୍ୟ ଥିଲା ଯେ ଯଦି ନୀତିଶ କୁମାର ନଥାଆନ୍ତେ, ତେବେ ଲାଲୁ ଯାଦବ କେବେ ବି ନେତା ହୋଇପାରି ନଥାଆନ୍ତେ ।