ଅଂଶୁଘାତରେ ଯୁବକ ମୃତ
ଚାନ୍ଦବାଲି ବ୍ଲକ ଚରଦିଆ ପଂଚାୟତରେ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଜଣାପଡ଼ିଛି ଯେ ଚରଦିଆ ପଂଚାୟତ ମଧୁସୂଦନ ଖଟୁଆ ସେହି ଗ୍ରାମର ମନୋଜ ନାୟକଙ୍କ ଚିଙ୍ଗୁଡ଼ି ଘେରିରେ କାର୍ଯ୍ୟ କରୁଥିବାବେଳେ ଅଂଶୁଘାତ ଜନିତ କାରଣରୁ ଅସୁସ୍ଥ ହୋଇପଡ଼ିଥିଲେ ।
ତାଙ୍କୁ ସଙ୍ଗେ ସଙ୍ଗେ ମଧୁସୁଦନଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହୋଇପଡ଼ିବାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ପରିବାର ଲୋକଙ୍କ ବକ୍ତବ୍ୟ ଯେ ମଧୁସୂଦନଙ୍କ ମୃତ୍ୟୁ ଅଂଶଘାତ ଜନିତ କାରଣରୁ ହୋଇଛି ।