୪୭ ନକ୍ସଲଙ୍କ ଆତ୍ମ ସମର୍ପଣ
ସରକାରଙ୍କ ଧାର୍ଯ୍ୟ ସମୟ ଶେଷ ହୋଇଯାଇଥିଲେ ସୁଦ୍ଧା ଶନିବାର ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଓନେତା ହେମଲା ଓରଫ ଭିଜାଙ୍କଙ୍କୁ ମିଶାଇ ମୋଟ ୪୭ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି ।
ହାଇଦ୍ରାବାଦଠାରେ ଆୟୋଜିତ ଏକ ସ୍ମତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଏମାନେ ୩୨ଟି ମାରଣାସ୍ତ୍ର ହସ୍ତାନ୍ତର କରି ଆତ୍ମସମର୍ପଣ କରିଛନ୍ତି ।
ଏମାନଙ୍କ ନାମରେ ସରକାର ୧କୋଟି ୫୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି ସଚିବ ହେମଲା, ଏସିଏମଭି ଆନେ୍ଦ, ଓଣ୍ଡେ ଭୀମେ, ସୋଡ଼ି ଉଙ୍ଗା, ସୋଡ଼ି ଦାସରୁ, ଉଦମ ବୁଦ୍ରା, ମାଡକମ ସନି, ଇଉକା ଭୀମା, ସୋଡ଼ି ସୋମଡ଼ି, ମାଡ଼ବି କୋସି, ଉଇକା ସୋନା, ମାଡ଼ବୀ ବୋତି, ପାର୍ଟି ମ୍ବେର କୁଞ୍ଜମ ଭୀମା, ମାଡ଼ବୀ ଆଡିମେ, କୁଞ୍ଜାମ ଭୀମା, ମାଡ଼କମ ଜଗା, କୋରସା ମାଙ୍ଗଲି, ଉଇକେ ସୋନଥି, ମୁଚାକି ଜଗା, ନୂପୋ କୋସା, କୁଡେମ କୋମା, ମୁଚାକି ଭୀମା, ମାଡ଼କମ ନନ୍ଦୁ, ମାଡ଼ବୀ ବିଚେମ, ମାଡ଼ବୀ ରମେଶ, ମାଡ଼ବି ଲାକେ, ଶଡବି ରାମା, ମାଡକମ ଇଡୁମେ, ଡିଭିଜନାଲ କମିଟି ମ୍ବେର ବାଡ଼ିସେ ସୁନ୍ଦରି, ସାଭଲାମ ବିଚମ, ଏସିଏ ମାଡକମ ଇଡୁମେ, ପାର୍ଟି ମେମ୍ବର ହେଲା ଲାଲୁ, ଡିଭିସିଏମ ସଦସ୍ୟ ପଡ଼ିୟମ ଲାଛୁ, ପିପିସିଏ ଡୋଡି ପାଇକୁ, ଥାମୁ ଉଙ୍ଗି, ନୁପ ସାନା, ମାଡ଼କମ ଜଗା, ସୋଡ଼ି ସାମୟା, ମାଡବି ନନଦ, ମାଡକମ ଲିଙ୍ଗେ, ଡୋଡି ଲାକେ, ମାଡ଼ବି ମାସା, ତାଟି ଭୀମା, ମାଡବି ଅଭିଶେଖ, ଭାଞ୍ଜାମ ଜିମେ, କୁଞ୍ଜମ ସୋନା ଓ ମାଡ଼ବି ସାନା । ଏମାନେ ନିଜକୁ ଆତ୍ମସମର୍ପଣ କରିବା ସହ ବହୁ ପରିମାଣର ମାରଣାସ୍ତ୍ର ହସ୍ତାନ୍ତର କରିଛନ୍ତି ।
ପ୍ରଶାସନ ପକ୍ଷରୁ ସମସ୍ତ ନକ୍ସଲଙ୍କୁ ୨୫ହଜାର ଟଙ୍କା ଲେଖାଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।