ଟାୟାର କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ନିଅାଁ ଲିଭାରେ ୩ ଦମକାଳ ଗାଡ଼ି ନିୟୋଜିତ
ରାଜଗାଙ୍ଗପୁର ପାଦା ଯାମପାଲିରେ ଅଘଟଣ ଘଟିଛି ।
ଏଠାରେ ଥିବା ଏକ ଟାୟାର କାରଖାନାରେ ନିଅାଁଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବରପାଇ ୩ ଦମକଳଗାଡ଼ି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଜୋରସୋରରେ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଏହି କାରଖାନାରେ ଅଗ୍ନି ନିରାପତା ନେଇ କୌଣସି ବ୍ୟବସ୍ଥା ନଥିବା ଜଣାପଡ଼ିଛି ।
ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ନିଅାଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଥିବା ଜଣାଯାଇଛି ।
ଘଟଣାସ୍ଥଳରେ ରାଜଗାଙ୍ଗପୁର ପୁଲିସ ମଧ୍ୟ ପହଂଚିଛି ।