ଅଗଷ୍ଟ, ସେପ୍ଟେମ୍ବରରେ ଅଧିକ ବର୍ଷା ଆଶଙ୍କା
ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବାର ଆଶଙ୍କା କରାଯାଉଛି ବୋଲି ୟୁରୋପିଆନ ସେଂଟର ଫର ମିଡ଼ିୟମ ରେଞ୍ଜ ୱେଦର ଫୋରକାଷ୍ଟସ ଆକଳନ କରିଛି ।
ଏଥିପାଇଁ ବିଶ୍ୱସ୍ତରୀୟ ଅନେକ ପାଣିପାଗ ମଡେଲ ସହମତ ପ୍ରଦାନ କରିଛନ୍ତି । ଏହା ଭିତରେ ଓଡ଼ିଶା ପାଇଁ ସୁଖବର ରହିଛି । ଓନିଶାରେ ବି ମୌସୁମୀ ଏଥର ସ୍ୱାଭାବିକ ବର୍ଷିବ ବୋଲି ଆକଳନ କରାଯାଉଛି । ବିା୍ବସ୍ତରୀୟ ପାଣିପାଗ ମଡେଲଗୁଡ଼ିକର ସଦ୍ୟତମ ଆକଳନ ଅନୁଯାୟୀ ଓଡ଼ିଶା ପାଇଁ ପୂର୍ବରୁ କରାଯାଇଥିବା ସ୍ୱାଭାବିକ ବର୍ଷାର ପୂର୍ବାନୁମାନ ବର୍ତମାନର ପରିସ୍ଥିତି ସହ ସମ୍ପୂର୍ଣ୍ଣ ମେଳ ଖାଉଛି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆକଳନ ଅନୁଯାୟୀ ଏଲ୍-ନିନୋ ଅକାଳରେ ଶେଷ ହେବାର ମୁଖ୍ୟ ବୈଜ୍ଞାନିକ କାରଣ ହେଉଛି ସବସରଫେଓ କୁଲିଂ । ସମୁଦ୍ରର ଗଭୀରରେ ଥିବା ଥଣ୍ଡା ଜଳର ସ୍ରୋତ ଦ୍ରୁତ ଗତିରେ ଉପରି ଭାଗକୁ ଆସୁଥିବାରୁ ଏଲ୍ ନିନୋ ପ୍ରଶମିତ ହୋି ଲା-ନିନୋ ପାଇଁ ପଥ ପରିଷ୍କାର କରୁଛି ।
ଇଣ୍ଡିଆନ ଓସନ ଡାଇପୋଲ ଭାରତ ମହାସାଗରରେ ବର୍ତମାନ ନ୍ୟୁଟ୍ରାଲ ସ୍ଥିତିରେ ରହିଛି । କିନ୍ତୁ ଅଗଷ୍ଟ-ସେପ୍ଟମ୍ବର ବେଳକୁ ଏହା ପଜିଟିଭ ହେବାର ସଂକେତ ମଳୁଛି, ଯାହା ଓନିଶାରେ ମୌସୁମୀର ଦ୍ୱିତୀୟାର୍ଦ୍ଧକ ଅଧିକ ଶକ୍ତିଶାଳୀ କରିବ ।
ସମଗ୍ର ଭାରତ ପାଇଁ ସୌମୁମୀର ମୋଟ ବର୍ଷାର ପରିମାଣ ୧୦୪% ରହିବାକୁ ଥିବାବେଳେ ଓଡ଼ିଶା ପାଇଁ ଏହା ସ୍ୱାଭାବିକ ରହିବାର ସମ୍ଭାବନା ରହିଛି ।
ଓଡ଼ିଶlରେ ଜୁନ୍ ମାସରେ ୯୮%, ଜୁଲାଇରେ ୧୦୫%, ଅଗଷ୍ଟରେ ସର୍ବାଧିକ ୧୧୦% ଓ ସେପ୍ଟମ୍ବରରେ ୧୦୨% ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।