ଟିଏମସି ପାଇଁ କେଜରିୱାଲଙ୍କ ପ୍ରଚାର
ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ପଶ୍ଚିମବଙ୍ଗର ବାଲିଗଞ୍ଜଠାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି ।
କିଛି ନିର୍ଦ୍ଦିଷ୍ଟ ବିଧାନସଭାରେ ନିର୍ବାଚନ ସମୟରେ ସୁରକ୍ଷା ବାହିନୀ ମୁତୟନ ଉପରେ ପ୍ରଶ୍ନ ଉଠାଇ ଏହାକୁ ରାଜ୍ୟବାସୀଙ୍କ ପ୍ରତି ଅପମାନ ବୋଲି କହିବା ସହ ବଙ୍ଗ ବାସିନ୍ଦା କ’ଣ ଆତଙ୍କବାଦୀ ବୋଲି ପ୍ରଶ୍ନ ଶ୍ରୀ କେଜରିୱାଲ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ ସମଗ୍ର ଦେଶରୁ ଏଠାକୁ ସେନା ଡକାଯାଇଛି ।
ଏହାର ଆବଶ୍ୟକତା କ’ଣ ? ପଶ୍ଚିମବଙ୍ଗର ଲୋକମାନେ ଆତଙ୍କବାଦୀ କି ?
ଏହା ବଙ୍ଗଳାର ଲୋକଙ୍କ ପ୍ରତି ଅପମାନ । ପଶ୍ଚିମବଙ୍ଗରେ ୩.୫ ଲକ୍ଷ ସାମରିକ କର୍ମଚାରୀ ମୁତୟନ କରାଯାଇଛି । ସେମାନେ କ’ଣ ଭୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ସେ ବାଲିଗଞ୍ଜ ନିର୍ବାଚନମଣ୍ଡଳୀରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଟିଏମସି ପ୍ରାର୍ଥୀ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ପାଇଁ ପ୍ରଚାର କରିଛନ୍ତି ।
ଏହା ସହ ବିଜେପି ସରକାର ତାଙ୍କୁ ମିଥ୍ୟା ମାମଲାରେ ଫସାଇବା ଏବଂ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ କରିଛନ୍ତି ।