ଯୁବ ବ୍ୟବସାୟୀ ସୁଧୀର ମର୍ଡର କେସ୍ ଅପଡେଟ
୪ ମାସ ତଳୁ ହୋଇଥିଲା ବ୍ଲୁ ପ୍ରିଣ୍ଟ
ଗଂଜାମର ଯୁବ ବ୍ୟବସାୟୀ ସୁଧୀର ପାତ୍ରଙ୍କ ମର୍ଡର କେସରେ ନୂଆ ମୋଡ଼ ଆସିଛି । ଏଥିପାଇଁ ୪ ମାସ ତଳୁ ବ୍ଲୁ ପ୍ରିଣ୍ଟ ହୋଇଥିବା ଗଞ୍ଜାମ ଏସପି କହିଛନ୍ତି ।
ଏହି ଘଟଣାରେ ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରା ଉଚୁରା ପରେ ପୁଲିସ ଏହା ଜାଣିପାରିଛି ଯେ, ଯୁବ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ହତ୍ୟା କରିବା ପାଇଁ ୪ ମାସ ତଳୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ।
ଏହାକୁ ପ୍ରସ୍ତୁତ କରିଥିଲେ ସୁଧୀରଙ୍କ ଝିଆରୀ ନିବେଦିତା ଓ ତାଙ୍କ ବୟଫ୍ରେଣ୍ଡ କାଳୁ ପ୍ରଧାନ । ଦୁହେଁ ମିଶି ଗତ ଜାନୁଆରୀରୁ ଏହି ପ୍ଲାନ ପ୍ରସ୍ତୁତ କରିଥିଲେ ।
ପ୍ଲାନ ଅନୁଯାୟୀ ପ୍ରଥମେ ଦାଦା ସୁଧୀରଙ୍କୁ ଅପହରଣ କରାଯାଇଥିଲା । ପରେ ଟଙ୍କା ଓ ସୁନା ପାଇଁ ଦାବି । ଏହାପରେ ନିର୍ଯାତନାରୁ ଦାଦାଙ୍କ ମୃତ୍ୟୁ ପରେ ପ୍ରମାଣ ଲୁଚାଇବା ପାଇଁ ନିବେଦିତା ଓ ତାଙ୍କ ପ୍ରେମିକ କାଳୁ କରିଥିଲେ ଆଉ ଏକ ବଡ଼ ଷଡ଼ଯନ୍ତ୍ର ।
ପ୍ଲାନ ଅନୁଯାୟୀ ସେମାନେ ଏପ୍ରିଲ ୧୫ରେ ସୁଧୀରଙ୍କୁ କିଡନାପ କରିଥିବାବେଳେ ଏପ୍ରିଲ ୨୨ରେ ତାଙ୍କ ମୃତଦେହ ସୋରଡ଼ାର ରଶିପଙ୍କାଳ ଜଙ୍ଗଲରୁ ପୁଲିସ ଜବତ କରିଥିଲା ।
ଏଣୁ ସୁଧୀରଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ନଷ୍ଟ କରିଦେବା ପାଇଁ ଏହା ଉପରେ କୌଣସି ରସାୟନିକ ଦ୍ରବ୍ୟ ପକାଯାଇଥିବା ପୁଲିସ ସନେ୍ଦହ କରୁଛି ।
ରିମାଣ୍ଡରେ ଧରାହୋଇଥିବା ୫ ଅଭିଯୁକ୍ତ ରଶିପଙ୍କାଳ ଜଙ୍ଗଲରେ ପୁଲିସ ଉପସ୍ଥିତିରେ ଡେମୋ ଦେଖାଇ ଏହାର ଗୁମର ଖୋଲିଛନ୍ତି ।
ଏଥିସହ ମର୍ଡରରେ ବ୍ୟବହୃତ ବନ୍ଧୁକକୁ ହୁଗୁବାଘୁଆ ଡ୍ୟାମ ଭିତରକୁ କିଭଳି ଫିଙ୍ଗି ଦେଇଥିଲେ ତାହାର ଡେମୋ ଦେଖାଇଥିଲେ ଅଭିଯୁକ୍ତ ନାରାୟାଣ ପ୍ରଧାନ, ଆଶିଷ ମହାପାତ୍ର, ସୂର୍ଯ୍ୟପ୍ରତାପ ସିଂହ ।
ଏହି ଘଟଣାରେ ୩ଟି ବନ୍ଧୁକ ବ୍ୟବହାର କରାଯାଇଥିଲାବେଳେ ଗୋଟିଏ ବନ୍ଧୁକକୁ ପୁଲିସ ଜବତ କରିଛି ।