ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା
ସରିଲା ରିମାଣ୍ଡ, ୫ ଅଭିଯୁକ୍ତ ହାଜର
ଗତ ୨୨ ତାରିଖରେ ଗଞ୍ଜାମ ଜିଲ୍ଲାରେ ବହୁ ଚର୍ଚ୍ଚିତ ଯୁବ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ଧରାପଡ଼ିଥିବା ୫ ଅଭିଯୁକ୍ତଙ୍କ ୩ ଦିନିଆ ରିମାଣ୍ଡ ଅବଧି ଆଜି ସରିଛି ।
ସେମାନଙ୍କୁ ମର୍ଡରର କ୍ରାଇମସିନ ରିକ୍ରିଏସନ ଓ ପଚରାଉଚରା ପାଇଁ ପୁଲିସ ରିମାଣ୍ଡରେ ଆଣିଥିଲା । ରିମାଣ୍ଡ ସରିବା ପରେ ଆଜି ସେମାନଙ୍କୁ ଜେଏମଏଫସି (ରୁରାଲ)ଙ୍କ କାର୍ଯ୍ୟାଳୟରେ ପୁଲିସ ହାଜର କରିଛି ।
ଏହି ହତ୍ୟାକାଣ୍ଡରେ ଲିପ୍ତ ମୃତ ସୁଧୀରଙ୍କ ଝିଆରୀ ନିବେଦିତା ଓ ପୁତୁରାଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଛି । ଏହି ଘଟଣାରେ ମୋଟ ୯ ଜଣଙ୍କୁ ପୁଲିସ ଗିରଫ କରିଥିିଲା । ସେମାନଙ୍କ ମଧ୍ୟରୁ ଏହି ୫ ଜଣଙ୍କୁ ୩ ଦିନିଆ ରିମାଣ୍ଡରେ ପୁଲିସ ଆଣି ପଚରାଉଚୁରା କରିଛି ।
ଏହି ହତ୍ୟାକାଣ୍ଡରେ ବ୍ୟବହୃତ ୩ଟି ବନ୍ଧୁକ ମଧ୍ୟରୁ ଗୋଟିଏ ବନ୍ଧୁକ ମିଳିଥିବାବେଳେ ଅନ୍ୟ ୨ଟି ବନ୍ଧୁକ ପୁଲିସ ପାଇପାରି ନାହିଁ । ଅନ୍ୟ ୨ଟି ବନ୍ଧୁକକୁ ଅଭିଯୁକ୍ତମାନେ ବାଘାରି ଡ୍ୟାମରେ ପକାଇ ଦେଇଥିବା କହୁଛନ୍ତି ।
ତେବେ ଏହି ହତ୍ୟାକାଣ୍ଡରେ ମୋଟ ୯ ଜଣ ଗିରଫ ହୋଇଥିବାରୁ ଏଥିରେ ଆହୁରି ଅନେକ ତଥ୍ୟ ଲୁଚି ରହିଛି ଏବଂ ମୃତ ସୁଧୀରଙ୍କ ଝିଆରୀ ନିବେଦିତା ଓ ପୁତୁରାକୁ ପୁଣି ଥରେ ପୁଲିସ ରିମାଣ୍ଡରେ ଆଣି ପଚରାଉଚୁରା କରିପାରେ ବୋଲି କୁହାଯାଉଛି ।