ରାଜ୍ୟରେ ଖୁବ ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି କରାଯିବ : ମନମୋହନ
ରାଜ୍ୟର ବିଜେପି ସରକାରଙ୍କ ୨ ବର୍ଷ ସରିବାକୁ ଯାଉଛି । ଏହି ଅବସରରେ ଆଗାମୀ ଦିନରେ ଖୁବ ଶୀଘ୍ର ରାଜ୍ୟରେ ନିଗମ ଓ ବୋର୍ଡ ନିଯୁକ୍ତି କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।
ସରକାରଙ୍କ ୨ ବର୍ଷ ପୂର୍ତି ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ । ରାଜ୍ୟର ୨୯ଟି ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖୋର୍ଦ୍ଧାରେ ବାକି ଅଛି ।
ଖୁବ ଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଚନ୍ତି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ସେ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି ଯେ, ଯେଉଁ କଥା କହିଥିଲୁ ତାହା କରିକି ଦେଖାଉଛୁ । ୮୦ ପ୍ରତିଶତ କାମ ହୋଇସାରିଛି, ବାକି ୨୦ ପ୍ରତିଶତ କାମ ୨ ବର୍ଷ ପୂର୍ତି ପୂର୍ବରୁ ଶେଷ ହେବ ବୋଲି ଶ୍ରୀ ସାମଲ କହିଛନ୍ତି । କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ଏହି ସମ୍ପ୍ରସାରଣ ହେବ ବୋଲି ସେ କହିଛନ୍ତି ।