ଟିଟାଲାଗଡ଼ ଦୁର୍ଘଟଣା : ମୃତ ୩ ଶିଶୁଙ୍କୁ ୪ଲକ୍ଷ ଟଙ୍କା ସହାୟତା
ଟିଟିଲାଗଡ଼ ଦୁର୍ଘଟଣାରେ ମୃତ ୩ ଶିଶୁଙ୍କ ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଯାହାକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି ।
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ଦେବାକୁ ନିର୍ଦେଶ ଦିଆଯାଇଛି ।
ସୂଚନାନୁସାରେ ଟିଟାଗଡ଼ ଥାନା ଲେସୁନବାହାଲି ଗାଁରୁ ଜଣେ ପରିବାର ମଙ୍ଗଳବାର ପିକଅପ ଯୋଗେ ବିବାହ ଭୋଜି ଖାଇ ଫେରିବାବେଳେ ମାରଲାଡ ଗ୍ରାମ ନିକଟରେ ଏକ ବାଇକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା ।
ଯେଉଁଥିରେ ୩ ନିରୀହ ଶିଶୁଙ୍କ ମୃତ୍ୟ ଘଟିଥିଲା । ପିଅପ ଗାଡ଼ିରେ ଥିବା ୬ଜଣଙ୍କ ମଧ୍ୟରୁ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ତେବେ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟିଟିଲାଗଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ସହ ଗୁରୁତର ଥିବା ।ି
ଶିଶୁଙ୍କୁ ବଲାଙ୍ଗୀର ଭୀମଭୋଇ ହାସପାତାଳକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।