ମେ’ ପହିଲାରୁ ବଦଳିବ ନିୟମ
୨୦୨୬ ମସିହା ମେ ମାସ ୧ ତାରିଖ (ପହିଲା)ରୁ ଭାରତରେ ବିିଭିନ୍ନ କ୍ଷେତ୍ରରେ ପରିବର୍ତନ ଦେଖାଯିବ । ଯାହାକି ସାଧାରଣଙ୍କ ପକେଟ ଓ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ ।
ରନ୍ଧନ ଗ୍ୟାସ ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଂ ଏବଂ ଡିଜିଟାଲ ପେମେଂଟ ନିୟମ ପର୍ଯ୍ୟନ୍ତ ବହୁ କିଛି ପରିବର୍ତନ ହେବାକୁ ଯାଉଥିବା ଜଣାପଡ଼ିଛି ।
ପ୍ରତି ମାସରେ ପ୍ରଥମ ତାରିଖରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି । ପଶ୍ଚିମ ଏସିଆରେ ଚାଲିଥିବା ଉତେଜନା ଏବଂ ଅଶୋଧିତ ତୈଳ ମୂଲ୍ୟକୁ ଆଧାର କରି ମେ ୧ତାରିଖରେ ଘରୋଇ ଏବଂ ବାଣିଜ୍ୟି ସିଲିଣ୍ଡର ପାଇଁ ନୂତନ ମୂଲ୍ୟ ଘୋଷଣା କରାଯିବ ।
ନୂତନ ନିୟମ ଅନୁସାରେ ସହରାଂଚଳରେ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ବ୍ୟାପକ ବ୍ୟବଧାନ ୨୧ଦିନରୁ ୨୫ଦିନ ବୃଦ୍ଦି କରାଯାଇପାରେ । ଏହାର ଅର୍ଥ ହେଉଛି ଆପଣଙ୍କୁ ଏବେ ଆପଣଙ୍କର ପରବର୍ତୀ ବୁକିଂ ପାଇଁ ଆହୁରି ଟିକିଏ ଅପେକ୍ଷା କରିବାକୁ ହେବ ।
ଅନଲାଇନ ଠକେଇକୁ ରୋକିବା ପାଇଁ ଆରବିଆଇ ମେ ପହିଲାରୁ ୟୁପିଆଇ କାରବାର ପାଇଁ ଦୁଇ-କାରକ ପ୍ରମାଣୀକରଣକୁ ବାଧ୍ୟତାମୂଳକ କରିପାରେ । ଏବେ କେବଳ ଏକ ପିନ୍ ନୁହେଁ ବରଂ ଏକ ଅତିରିକ୍ତ ସୁରକ୍ଷା ସ୍ତର (ଯେପରିକି ବାୟୋମେଟ୍ରିକ୍ସ କିମବା ଏକ ହାର୍ଡୱେୟାର ଟୋକନ) ମଧ୍ୟ ଆବଶ୍ୟକ ହୋଇପାରେ ।
ପହିଲlରୁ ଅନେକ ବ୍ୟାଭ୍କ ଏଟିଏମରୁ ମାଗଣା ଟଙ୍କା ଉଠାଣର ସୀମା ହ୍ରାସ କରିବାକୁ ଯାଉଛନ୍ତି । ନିର୍ଦ୍ଦାରିତ ସୀମା ଅତିକ୍ରମ କଲେ ଆପଣଙ୍କୁ ଅଧିକ ଶୁଳ୍କ ଦେବାକୁ ପଡ଼ିପାରେ । ବ୍ୟାଙ୍କଗୁଡ଼ିକ ସମସ୍ତ ଗ୍ରାହକଙ୍କୁ ମେ ପହିଲା ସୁଦ୍ଧା ସେମାନଙ୍କର ଇକେୱାସି ଅପଡେଟ କରିବା ପାଇଁ ଏକ ଅଲଟିମେଟମ ଦେଇଛନ୍ତି ।
ଯଦି ଆପଣ ଏହି ପ୍ରକ୍ରିୟା ସମାପ୍ତ କରି ନାହାନ୍ତି, ତେବେ ଆପଣଙ୍କ ଆକାଉଂଟକୁ କାରବାର ପାଇଁ ଅବରୋଧ କରାଯାଇପାରେ ।
ଅନେକେ ପ୍ରମୁଖ ବ୍ୟାଙ୍କ (ଏସବିଆଇ ଆଇସିଆଇସିଆଇ) ସେମାନଙ୍କର କ୍ରେଡିଟ କାର୍ଡରେ ଥିବା ପୁରସ୍କାର ପଏଂଟ ଏବଂ ଭଡ଼ା ପେମେଂଟ ପାଇଁ ଲାଗୁ ହେଉଥିବା ଶୁଳ୍କରେ ପରିବର୍ତନ କରୁଛନ୍ତି । ୟୁଟିଲିଟି ବିଲ ପେମେଂଟ ପାଇଁ ପୁରସ୍କାର ପଏଂଟର ସୀମା ଏବେ ହ୍ରାସ କରାଯାଇପାରେ ।
ସେବି ମ୍ୟୁଚିଆଲ୍ ଫଣ୍ଡ ନିବେଶକଙ୍କ ପାଇଁ ମେ ୧ ତାରିଖରୁ ନୂତନ ସ୍ୱଚ୍ଛ ତା ନିୟମ କାର୍ଯ୍ୟକାରୀ କରୁଛି । ଏବେ ପାଣ୍ଠି ଗୃହଗୁଡ଼ିକୁ ସେମାନଙ୍କର ଖର୍ଚ ଏବଂ ରିସ୍କ ମିଟର ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରିବାକୁ ପଡ଼ିବ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଏହାର ସିଷ୍ଟମକୁ ଏକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥାରେ ଅପଗ୍ରେଡ କରିବାକୁ ଯାଉଛି ।
ପିଏଫ୍ ଦାବି ସମାଧାନ ପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ମେ ୧ ତାରିଖ ୨୦୨୬ରୁ ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପାଣ୍ଠି ସ୍ଥାନାନ୍ତର କରିପାରିବେ । ପ୍ରଥମେ ଏଥିରେ ଏକ ସ୍ୱତନ୍ତ୍ର ରାଶି ସୀମା ସ୍ଥିର କରାଯାଇପାରେ ।
ଚିକିତ୍ସା ଜରୁରୀକାଳୀନ କିମ୍ବା ଶିକ୍ଷା ଭଳି ଛୋଟ ଅଗ୍ରାଧିକାର ପାଇଁ ୟୁପିଆଇ ମାଧ୍ୟମରେ ତୁରନ୍ତ ୫୦ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ।