ମଇ ପହିଲାରୁ ବଦଳିବ ଏଲପିଜି ନିୟମ
ମଇ ମାସରୁ ବଦଳିବ ଏଲପିଜି ବୁକିଂ ନିୟମ । ସିଲିଣ୍ଡର ଡେଲିଭେରୀ ନିୟମରେ ବି ହୋଇପାରେ ପରିବର୍ତନ । ସେହିଭଳି ସିଲିଣ୍ଡର ବୁକିଂ ଓ ବ୍ୟାଙ୍କ କାରବାରରେ ମଧ୍ୟ ବହୁ ନିୟମରେ ପରିବର୍ତନ ହୋଇପାରେ । କାରଣ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗ୍ୟାସ ସଂକଟବେଳେ ବଢ଼ିଥିଲା ଏଲପିଜି ବୁକିଂ ଅବଧି । ଭାରତୀୟଙ୍କ ଉପରେ ଏଲପିଜି ବୁକିଂ ନିୟମ ବହୁତ ପ୍ରଭାବ ପକାଇଥିଲା ।
ସଂକଟ ସମୟରେ ଏଲପିଜି ଦରରେ ବୃଦ୍ଧି ଓ ବୁକିଂ ନିୟମରେ ବହୁ ପରିବର୍ତନ କରାଯାଇଥିବାବେଳେ ଆଗକୁ ମଇ ୧ ତାରିଖରୁ ଏଥିରେ ଉପଭୋକ୍ତାଙ୍କୁ ରହାତି ମିଳିବ ବୋଲି ଆଶା କରାଯାଉଛି ।
୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟକୁ ୬୦ ଟଙ୍କା ବୃଦ୍ଧି କରାଯାଇଥିଲା । ସେହିଭଳି ୧୯ କିଲୋଗ୍ରାମ ବାଣିଜି୍ୟକ ସିଲିଣ୍ଡରର ମୂଲ୍ୟ ଗୋଟିଏ ମାସ ଭିତରେ ୩ ଥର ବୃଦ୍ଧି ହୋଇଥିଲା । ଫଳରେ ଏଲପିଜି ମୂଲ୍ୟ ୧୯୬ ଟଙ୍କାରୁ ୨୧୮ ଟଙ୍କାକୁ ବୃଦ୍ଧି ପାଇଥିଲା ।
ପୂର୍ବରୁ ମାର୍ଚ୍ଚ ୭ରେ ମଧ୍ୟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା ।
ତେବେ ବର୍ତମାନ ମଧ୍ୟପ୍ରାଚ୍ୟରେ ଅନ୍ତରୀଣ ଯୁଦ୍ଧବିରାମ ଲାଗୁ ରହିଥିବାବେଳେ ସରକାର ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ କମାଇ ଗ୍ରାହକଙ୍କୁ ରିହାତି ଦେବାକୁ ଚାହୁଁଥିବା ଜଣାଯାଇଛି ।
ଏଥିପାଇଁ ଦେଶରେ ଗ୍ୟାସ ବିତରକ ସଂସ୍ଥା ଯଥା ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଭଳି ଗ୍ୟାସ ବିତରକଙ୍କ ସହ ସରକାରଙ୍କ ଆଲୋଚନା ଜାର ରହିଛି ।