ବନ୍ଦ ହେବ ପ୍ଲାଷ୍ଟିକ ପାଉଚ
ମୂଳତଃ ଗୁଟଖା, ତମାଖୁ ଓ ପାନ ମସଲାକୁ ପ୍ଲାଷ୍ଟିକ ବା ଜରି ପାଉଚ ଜରିଆରେ ବିକ୍ରି କରାଯିବ ନାହିଁ ।
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) କହିଛି ଯେ ପାନ ମସଲା ପ୍ୟାକେଜିଂରେ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀକୁ ଏବେ କାଗଜ, ପେପରବୋର୍ଡ, ସେଲୁଲୋଜ ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରାଯିବ । ଏଥିପାଇଁ ଏଫଏସଏସଏଆଇ ମଙ୍ଗଳବାର ଖାଦ୍ୟ ସୁରକ୍ଷା ଓ ମାନକ (ପ୍ୟାକେଜିଂ) ନିୟମାବଳୀ ୨୦୧୮ ସଂଶୋଧନ କରି ଏକ ଚିଠା ବିଜ୍ଞପ୍ତି ଜାରି କରିଛି ।
ଆଗାମୀ ୩୦ଦିନ ପାଇଁ ଏହି ଚିଠା ଉପେ ଅଂଶୀଦାରମାନେ ମତାମତ ଦେଇପାରିବ । ଏହା ପରେ ନିୟମକୁ ଚୂଡ଼ାନ୍ତ କରାଯିବ । ନୂଆ ପ୍ରସ୍ତାବ ଅନୁଯାୟୀ ଗୁଟଖା, ପାନ ମସଲା ଓ ତମାଖୁର କୌଣସି ପ୍ୟାକେଟରେ ପ୍ଲାଷ୍ଟିକ ସାମଗ୍ରୀ କୌଣସି ପ୍ରକାରରେ ବ୍ୟବହାର କରାଯିବ ନାହିଁ । ଭିନଇଲ ଆସେଟେଟ-ମାଲେଇକ ଏସିଡ-ଭିନାଇଲ କ୍ଲାରାଇଡ କୋପଲିମର ଭଳି ରାସାୟନିକ ପଦାର୍ଥ ଥିବା ସାମଗ୍ରୀ ମଧ୍ୟ ନିଷେଧ କରାଯିବ ।
ପ୍ଲାଷ୍ଟିକ ପାଉଚ ବଦଳରେ କାଗଜ, କାର୍ଡବୋର୍ଡ ଓ ସେଲୁଲୋଜ ଭଳି ପ୍ରାକୃତିକ ସାମଗ୍ରୀ ବ୍ୟବହାର କରିବା ଉଚିତ ବୋଲି ଏଫ୍ଏସଏସଏଆଇ ପରାମର୍ଶ ଦେଇଛି । ଆହୁରି କୁହାଯାଇଛି ଯେ ଏହି ଏହି ସାମଗ୍ରୀଗୁଡ଼ିକ ଖାଦ୍ୟ ଓ ପାନୀୟ ପ୍ୟାକେଜିଂ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ।
ଏହା ବ୍ୟତୀତ କମ୍ପାନୀଗୁଡ଼ିକ ପାଇଁ ଏହି ନୂତନ ସାମଗ୍ରୀଗୁଡ଼ିକୁ ଗ୍ରହଣ କରିବା ଓ ବ୍ୟବହା କରିବା ସହଜ ହେବ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ ଯେଉଁ ନିର୍ମାତାମାନେ ପାଉଚ ବଦଳରେ ଟିଣା ଡବା କିମ୍ବା କାଚ ପାତ୍ର ବ୍ୟବହାର କରୁଛନ୍ତି, ସେମାନେ ଏହା ଜାରି ରଖିପାରିବେ ।
ନିୟାମକ ଢାଂଚା ମଧ୍ୟରେ ରହିଲେ ଏହା ନିର୍ମାତାମାନଙ୍କୁ ସେମାନଙ୍କର ବାଣିଜ୍ୟିକ ଆବଶ୍ୟକତା ପୂରଣ କରିବା ପାଇଁ ନମନୀୟତା ପ୍ରଦାନ କରିବ ।