କିଏ ମାରିବ ବାଜି?
ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି ।
ଏପ୍ରିଲ ୨୯ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ ବିଭିନ୍ନ ଏଜେନ୍ସିରୁ ଏକଜିଟ ପୋଲର ସଂଖ୍ୟା ପ୍ରକାଶ ପାଇବା ଆରମ୍ଭ ହୋଇଛି ।
ଆକ୍ସିସ ମାଇ ଇଣ୍ଡିଆ ଏବଂ ଡିବି ରିସର୍ଚର ତଥ୍ୟ ଅନୁଯାୟୀ ବିଜେପି ଆସାମରେ ହ୍ୟାଟ୍ରିକ ହାସଲ କରିପାରେ । ଆକ୍ସିସ ମାଇ ଇଣ୍ଡିଆ ତଥ୍ୟ ଅନୁସାରେ ଏଡିଏ ୮୮ରୁ ୧୦୦ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଏହି ସମୟରେ କଂଗ୍ରେସକୁ ମାତ୍ର ୨୪ରୁ ୩୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ।
ସେହିପରି ଏଥର ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, ରେକଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଧାନସଭା ନିର୍ବାଚନର ଫଳାଫଳ ମେ ୪ ତାରିଖରେ ଘୋଷଣା କରାଯିବ । ନିର୍ବାଚନ କମିସନ କଡ଼ା ନିର୍ଦେଶ ଜାରି କରି କହିଥିଲେ ଯେ ସନ୍ଧ୍ୟା ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ କୌଣସି ପ୍ରକାର ଏକଜିଟ ପୋଲ କରାଯିବ ନାହିଁ ।
ଏଥର କେରଳରେ ବିଜେପିର ନିଜର ଖାତା ଖୋଲିପାରେ । ଚାରିଟି ସର୍ଭେ ଏଜେନ୍ସି ସୂଚିତ କରୁଛନ୍ତି ଯେ ବିଜେପି ରାଜ୍ୟରେ ନିଜର ପ୍ରଥମ ଆସନ ସୁରକ୍ଷିତ କରିବାକୁ ପ୍ରସ୍ତୁତ । ଆକ୍ସିସ ମାଇ ଇଣ୍ଡିଆର ତଥ୍ୟ ଅନୁସାରେ ଏଲଡିଏଫ ୪୯ରୁ ୬୨ଟି ଆସନ ମଧ୍ୟରେ ୟୁଡିଏଫ ୭୮ରୁ ୯୦ଟି ମଧ୍ୟରେ ଜିତିବ ବୋଲି ଆକଳନ କରାଯାଇଛି ।
ଯେତେବେଳେ ବିଜେପି ୩ଟି ଭଳି ଆସନରେ ବିଜୟ ହାସଲ କରିବାର ସମ୍ଭାବନା ଦେଖାଦେଇଛି । ସେହିପରି ଚାଣକ୍ୟ ରଣନୀତି ଅନୁଯାୟୀ ବିଜେପି ପଶ୍ଚିମବଙ୍ଗରେ ୧୫୦ରୁ ୧୬୦ଟି ଆସନ ପାଇ କ୍ଷମତାକୁ ଆସିପାରେ । ଏହି ସମୟରେ ଟିଏମ୍ସିକୁ ଏଥର ମାତ୍ର ୧୩୦ରୁ ୧୪୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ।
ପି-ମାର୍କ ଅନୁଯାୟୀ ପଶ୍ଚିମବଙ୍ଗରେ ବିଜେପି ୧୫୦ରୁ ୧୭୫ଟି ଆସନ ପାଇଁ କ୍ଷମତାକୁ ଆସିପାରେ । ଟଏମସିକୁ ମାତ୍ର ୧୧୮ରୁ ୧୩୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ।
ପଶ୍ଚିମବଙ୍ଗରେ ବିଜେପି ଶାସନ କ୍ଷମତାକୁ ଆସିବାର ସମ୍ଭାବନା ଥିବାବେଳେ ଆସାମରେ ବିଜେପି ସରକାର ଗଠନ ନିଶ୍ଚିତ ବୋଲି ବିବେଚନା କରାଯାଉଛି ।