ୟୁପିରେ ସମାଜବାଦୀ ପାର୍ଟିକୁ ମୋଦୀଙ୍କ ସମାଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସମାଜବାଦୀ ପାର୍ଟି ଉପରେ ତୀବ୍ର ଆକ୍ରମଣ କରିଛନ୍ତି ।
ଗଙ୍ଗା ଏକ୍ସପ୍ରେସ ୱେର ଉଦଘାଟନୀ ଅବସରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋଦୀ କହିଛନ୍ତି ଯେ ସମାଜବାଦୀ ପାର୍ଟି ଉତରପ୍ରଦେଶର ପ୍ରଗତିକୁ ପସନ୍ଦ କରୁନାହିଁ ଏବଂ ଏହା ରାଜ୍ୟକୁ ପୁରୁଣା ଯୁଗକୁ ଫେରାଇ ନେଇ ଯିବାକୁ ଚାହୁଁଛି ।
୨୦୨୯ରୁ ଉଭୟ ବିଧାନସଭା ଏବଂ ଲୋକସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବା ବିଲ୍ ବିରୋଧରେଏହି ଦଳ ଭୋଟ ଦେଇଛି ।
ମୋଦୀ କହିଛନ୍ତି ଯେ ସମାଜବାଦୀ ପାର୍ଟି କେବଳ ବିକାଶ ବିରୋଧୀ ନୁହେଁ, ବରଂ ଏହା ମହିଳା ବିରୋଧୀ । ନିକଟରେ ଘଟିଥିବା ଘଟଣା ସେମାନଙ୍କ ମାନସିକତାକୁ ପଦାରେ ପକାଇ ଦେଇଛି । ମୋଦୀ କହିଛନ୍ତି ଯେ ଏହି ଲୋକମାନେ ଉତରପ୍ରଦେଶରୁ ଭୋଟ ପାଇ ସାଂସଦ ହୋଇଛନ୍ତି, କିନ୍ତୁ ଯେଉଁମାନେ ରାଜ୍ୟକୁ ଅପମାନିତ କରୁଛନ୍ତି ସେମାନଙ୍କ ସହ ରହୁଛନ୍ତି ।
ସେ କହିଛନ୍ତି ଯେ ଡିଏମକେ ପରି ଦଳଗୁଡ଼ିକ ଉତରପ୍ରଦେଶର ପ୍ରତିନିଧିତ୍ୱ ବୃଦ୍ଧିକୁ ବିରୋଧ କରୁଛନ୍ତି ।
ସମାଜବାଦୀ ପାର୍ଟି ମଧ୍ୟ ଏହି ସମାନ କାମ କରୁଛି । ମୋଦୀ କହିଛନ୍ତି ଯେ ଏଭଳି ରାଜନୀତି ସମାଜରେ ବିଭାଜନକୁ ପ୍ରତିଫଳିତ କରୁଛି ଏବଂ ଏହା ବିକାଶରେ ବାଧା ହେଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମାଜବାଦୀ ପାର୍ଟି ଉତରପ୍ରଦେଶର ପ୍ରଗତିକୁ ପସନ୍ଦ କରୁନାହିଁ ବରଂ ଏହା ରାଜ୍ୟକୁ ପୁରୁଣା ଯୁଗକୁ ନେଇଯିବା ପାଇଁ ଚାହୁଁଛି ।