ଟିଏମସିକୁ ସୁପ୍ରିମକୋର୍ଟଙ୍କ ଝଟକା
ପଶ୍ଚିମବଙ୍ଗ ନିର୍ବାଚନରେ ଭୋଟ ଗଣତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଅଦାଲତି ଝଟକା । ଭୋଟଗଣତିରେ କେନ୍ଦ୍ରୀୟ ସରକାର ଓ ପିଏସୟୁ କର୍ମଚାରୀଙ୍କ ନିଯୁକ୍ତିକୁ ତାଙ୍କ ଦଳ ତୃଣମୂଳ କଂଗ୍ରେସ ବିରୋଧ କରି ପିଟିସନ ଦାୟର କରିଥିଲା ।
ଏଥିସହିତ ଇସିଆଇଙ୍କ ବିରୋଧରେ ମଧ୍ୟ ଟିଏମସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏ ସମ୍ପର୍କିତ ମାମଲରେ କୋଲକତା ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ ଟିଏମସି ଚ୍ୟାଲେଞ୍ଜ କରିଥିଲା ।
ଭୋଟ ଗଣତି ସୁପରିଭାଇଜର ଭାବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାରୁ ଏହାଦ୍ୱାରା ପକ୍ଷପାତିତା ହେବା ସହ ଫଳାଫଳ ପ୍ରଭାବିତ ହୋଇପାରେ ବୋଲି ଦର୍ଶାଇ ଟିଏମସି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲା ।
ମାତ୍ର ଟିଏମସିର ଏହି ଆବେଦନକୁ ମାନ୍ୟବର ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି । କାରଣ ଭୋଟ ଗଣତି ସୁପରିଭାଇଜର ଭାବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରିବା ନିର୍ବାଚନ କମିଶନଙ୍କ ସର୍କୁଲାର ବିରୋଧୀ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିବା ସହ ଟିଏମସିର ଆବଦେନକୁ ଖାରଜ କରିଦେଇଛନ୍ତି ।
ପ୍ରତି ବୁଥରେ ପି୍ରଜାଇଡିଂ ଅଫିସର ଓ ସୁରକ୍ଷାକର୍ମୀ ନିୟୋଜିତ ଥିବା ସହ ପ୍ରତି ବୁଥରେ ସିସିଟିଭି କ୍ୟାମେରା ଲାଗିଛି ।
ଏପରିସ୍ଥଳେ ଭୋଟଗଣତିରେ କୌଣସି ଗଣ୍ଡଗୋଳର ସମ୍ଭାବନା ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିବା ସହ ଟିଏମସିର ଆହି ଆବେଦନକୁ ଖାରଜ କରିଦେଇଛି । ତେଣେ ଶନିବାର ପଶ୍ଚିମବଙ୍ଗର ୧୫ଟି ବୁଥରେ ଚାଲିଛି ସାନି ମତଦାନ ।