ସୁଧୀର ହତ୍ୟା ଘଟଣା, ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ
ବ୍ରହ୍ମପୁରର ଯୁବ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଜେଏମଏଫସି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।
ଏହି ୨ ଅଭିଯୁକ୍ତ ହେଲେ ଶୁଭମ ଗୌଡ଼ ଓ ଶୁଭମ ନାୟକ । ଏହି ହତ୍ୟା ମାମଲାରେ ପୂର୍ବରୁ ମୃତ ସୁଧୀରଙ୍କ ଝିଆରୀ ନିବେଦିତା, ତାଙ୍କ ପ୍ରେମିକ କାଳୁ ପ୍ରଧାନ, ପୁତୁରା ପୀୟୁଷ ଏବଂ ସୁପାରି କିଲର ସମେତ ୭ ଜଣଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚୁରା କରିଥିଲା ।
ଏଥିସହିତ ଏହି ୨ ଜଣଙ୍କୁ ନେଇ ସୁଧୀରଙ୍କୁ ଅପହରଣର ରୁଟ ଟ୍ରାକିଂ ମଧ୍ୟ କରାଯିବ ।
କେଉଁ ରାସ୍ତା ଦେଇ ସେମାନେ ସୁଧୀରଙ୍କୁ ଅପହରଣ କରିନେଇଥିଲେ ତାହାକୁ ମଧ୍ୟ ପୁଲିସ ଟ୍ରାକିଂ କରିବ ।