ବାଲିଗୁଡ଼ାରେ ସିଲିଣ୍ଡର ବିସ୍ଫୋରଣ, ଜଣେ ମୃତ
ବାଲିଗୁଡ଼ାରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ବଜାର ସାହିରେ ଘଟିଛି ।
ଏହି ଘଟଣାରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ତାଙ୍କର ୩ ଦିବ୍ୟାଙ୍ଗ ପୁଅ ଗୁରୁତର ହୋଇଛନ୍ତି । ଖବରପାଇ ନିଅାଁକୁ ଆୟତ କରିଛି ଅଗ୍ନିଶମ ବାହିନୀ ।
ତେବେ ପେଟ୍ରୋଲ ରଖାଯାଇଥିବା ବୋତଲରୁ ନିଆଁ ଲାଗିବା ସହ ଏହା ପରେ ସେହି ଘରେ ଥିବା ଗ୍ୟାସ ସିଲିଣ୍ଡରକୁ ଧରିନେଇଥିଲା ।
ଫଳରେ ଭୟଙ୍କର ବିସ୍ଫୋରଣ ଘଟିବା ସହ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି ।