ଜୀବନ ହାରିଲେ ବିଚାରପତି !
ଘରୋଇ କଳହ ସାଜିଲା କାଳ
ଝୁୂଲନ୍ତା ଅବସ୍ଥାରେ ମିଳିଲା ବିଚାରପତିଙ୍କ ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ଦିଲ୍ଲୀ ସଫଦରଜଙ୍ଗ ଅଂଚଳରେ ଘଟିଛି । ପାରିବାରିକ କଳି ବିଶେଷ କରି ପତ୍ନୀଙ୍କ ସହ ଝଗଡ଼ାରେ ଅସହ୍ୟ ହୋଇ ୩୦ ବର୍ଷୀୟ ଯୁବ ବିଚାରପତି ଅମନ କୁମାର ଶର୍ମା ଗାଧୁଆ ଘରେ ପତ୍ନୀଙ୍କ ଚୁନରିକୁ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ।
ଗତ ୨ ମାସ ହେବ ସେ ପତ୍ନୀଙ୍କ ଦ୍ୱାରା ନିର୍ଯାତନାର ଶୀକାର ହେଉଥିବା ଜଣାଯାଇଛି । ତାଙ୍କ ପତ୍ନୀ ସ୍ୱାତୀ ମଧ୍ୟ ଜଣେ ଜଜ ।
ତେବେ ଖାଲି ପତ୍ନୀ ସ୍ୱାତୀ ନୁହେଁ ତାଙ୍କ ଆତ୍ମହତ୍ୟା ପଛରେ ଭଉଣୀ ନିଧି ଯିଏକ ଏବେ ଜମ୍ମୁ-କାଶ୍ମୀରରେ ଜଣେ ଆଇଏଏସ ଭାବେ କାର୍ଯ୍ୟରତ ସେ ମଧ୍ୟ ଦାୟୀ ବୋଲି ଜଣାପଡ଼ିଛି ।
ସ୍ୱାତୀଙ୍କ କଳି ଏବଂ ଭଉଣୀ ନିଧିଙ୍କ ତାଙ୍କ ଘରେ ଅଧିକ ହସ୍ତକ୍ଷେପ ଯୋଗୁଁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ।
ସେ ୨୦୨୧ରେ ସେ ଦିଲ୍ଲୀ ଜୁଡିସିଆଲ ସର୍ଭିସରେ ଯୋଗ ଦେଇଥିଲେ ।
ପୁଲିସ ଅମନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜ କରି ତଦନ୍ତ ଜାରି ରଖିଛି ।