ସନ୍ଦୀପ ପାଠକଙ୍କ ବିରୋଧରେ ମାମଲା ରୁଜୁ
ଆମ ଆଦମୀ ପାର୍ଟି (ଆପ)ର ପୂର୍ବତନ ସାସଂଦ ସନ୍ଦୀପ ପାଠକଙ୍କ ପାଇଁ ଆଇନଗତ ସମସ୍ୟା ବଢ଼ିବାରେ ଲାଗିଛି ।
ରାଜ୍ୟସଭାର ଅନ୍ୟ ୬ଜଣ ସାଂସଦଙ୍କ ସହ ଆପ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହେବାର ମାତ୍ର କିଛି ଦିନ ମଧ୍ୟରେ ତାଙ୍କ ବିରୋଧରେ ପଞ୍ଜାବରେ ଦୁଇଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ପଞ୍ଜାବର ଦୁଇଟି ଭିନ୍ନ ଜିଲାରେ ମହିଳାଙ୍କୁ ହଇରାଣ କରିବା ଏବଂ ଦୁର୍ନୀତି ଅଭିଯୋଗରେ ଏହି ମାମଲା ଦାୟ କରାଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ମାମଲାଗୁଡ଼ିକ ଅଣ-ଜାମିନଯୋଗ୍ୟ ଧରାରେ ରୁଜୁ ହୋଇଛି, ଯାହା ସନ୍ଦୀପଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ସୂଚନା ଅନୁସାରେ ପଞ୍ଜାବ ପୁଲିସର ଏକ ଦଳ ସନ୍ଦୀପ ପାଠକଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପହଂଚିଥିଲେ ମଧ୍ୟ ସେଠାରେ ଅଧିକାରୀମାନେ ପହଂଚିବା ପୂର୍ବରୁ ସେ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସର ଏକ ଦଳ ମଧ୍ୟ ସେଠାରେ ମୁତୟନ ଅଛନ୍ତି ଏବଂ ବାସଭବନ ପରିସରରେ ସୁକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅପରପକ୍ଷରେ ନିଜ ପ୍ରତିକ୍ରିୟାରେ ଶ୍ରୀ ପାଠକ କହିଛନ୍ତି ଯେ ସେ ଏହି ମାମଲା ବିଷୟରେ କିଛି ଜାଣି ନାହାଁନ୍ତି ଏବଂ ପୁଲିସ ତାଙ୍କ ସହ କୌଣସି ଯୋଗାଯୋଗ କରିନାହିଁ ।
ସେ ସର୍ବଦା ନିଷ୍ଠା ଓ ସଚ୍ଚୋଟତାର ସହ ଦେଶର ସେବା କରିଛନ୍ତି ଏବଂ କେବେବି ଦେଶଦ୍ରୋହ କରିବେ ନାହିଁ ବୋଲି କହିଛନ୍ତି ।
ଯଦି ତାଙ୍କ ଭଳି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତେବେ ଏହା ବିରୋଧୀଙ୍କ ଭୟକୁ ଦର୍ଶାଯାଉଛି ବୋଲି ସେ କହିଛନ୍ତି ।