୪ ଟଙ୍କା ବଢ଼ିଲା ଓମଫେଡ କ୍ଷୀର
କ୍ଷୀର ସାଧାରଣଙ୍କ ଜୀବନରେ ଏକ ଅପରିହାର୍ଯ୍ୟ ଖାଦ୍ୟ ସାମଗ୍ରୀ ।
ଏହି କ୍ଷେତ୍ରରେ ଓମଫେଡ କ୍ଷୀର ମୂଲ୍ୟ ବୃଦ୍ଧି ପାଇଥିବା ଜଣାପଡ଼ିଛି ।
ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ବଢ଼ିଛି । ପୂର୍ବରୁ ଯେଉଁ ୫୦୦ ଗ୍ରାମ ପ୍ୟାକେଟର ମୂଲ୍ୟ ୨୭ଟଙ୍କା ଥିଲା, ତାହା ଏବେଠୁ ୨୯ଟାରେ ଉପଲବ୍ଧ ହେବ । ଅର୍ଥାତ ଓମଫେଡ ଲିଟର ପ୍ରତି ୪୮ଟଙ୍କାରେ ଗ୍ରାହକ କ୍ରୟ କରିବେ ।
ଏହି କ୍ଷୀର ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ଆଗାମୀ ଦିନରେ କ୍ଷୀର ଜାତୀୟ ଯେତକ ଖାଦ୍ୟ ସାମଗ୍ରୀ ଯଥା ମିଠା, ଖୁଆ, ଦହି, ଛେନା, ତିଆରି ଚାହା ଇତ୍ୟାଦି କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ଘଟିବାରେ ସମ୍ଭାବନା ଦେଖାଦେଇଛି ।
ଏହି କ୍ଷେତ୍ରରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ମୂଳତଃ ଚାଷୀଙ୍କ ହିତ ସାଧନ ପାଇଁ ଏଭଳି ନିଷ୍ପତି ନିଆଯାଇଛି ।