୭୩ ଏଲପିଜି ବିତରକଙ୍କ ଲାଇସେନ୍ସ ବାତିଲ, ୩୪୨ଙ୍କୁ ଜୋରିମାନା
ରାଜ୍ୟ ସହ ସମଗ୍ର ଦେଶରେ ଗ୍ୟାସ ଯୋଗାଣକୁ ନେଇ ଦୁର୍ନୀତି ସୃଷ୍ଟି ହୋଇଛି ।
ଅନେକେ ବିତରକଙ୍କ ବିରୋଧରେ କଳାବଜାରୀ ଅଭିଯୋଗ ଆସୁଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସାଧାରଣ ନାଗରିକଙ୍କୁ ଯେପରି ଏଲପିଜି ସହଜରେ ଯୋଗାଇ ହୁଏ ସେଥିପ୍ରତି ରାଜ୍ୟ ପ୍ରଶାସନ ଗୁରୁତ୍ୱ ଦେଇଥିବାବେଳେ କେତେକ କଳାବଜାରି ବିତରକଙ୍କ ଯୋଗୁଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଏହିକ୍ରମରେ ଶୁକ୍ରବାର ୧୭ଶହରୁ ଅଧିକ ଚଢ଼ଉ କରାଯାଇଥିଲା ।
ସରକାରୀ ତୈଳ କମ୍ପାନୀଗୁଡ଼ିକ ଆକସ୍ମିକ ଯାଂଚକୁ ସୁଦୃଢ଼ କରି ୩୪୨ଟି ଏଲପିଜି ବିତରକ ସଂସ୍ଥା ଉପରେ ଜୋରିମାନା ଲାଗୁ କରାଇଛନ୍ତି ଏବଂ ଶନିବାର ସୁଦ୍ଧା ୭୩ଟି ଏଲପିଜି ବିତରକ ସଂସ୍ଥାକୁ ନିଲମ୍ବିତ କରିଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦତ ସୂଚନା ଅନୁସାରେ ଡିଜେଲ ଏବଂ ଏଲପିଜିର ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ସମସ୍ତ ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଆତଙ୍କିତ କ୍ରୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
କେହି ଯେପରି ଗୁଜବ ପ୍ରତି ଦୃଷ୍ଟି ନ ଦିଅନ୍ତି ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକମାନଙ୍କ ପାଖକୁ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଇଛି ।