ଚଳିତ ବର୍ଷ ମାଟି୍ରକ ପାସ ହାର ୯୫.୩୩%
ଇତିହାସ ରଚିଲା ଗଜପତି
ଚଳିତ ବର୍ଷ ମାଟି୍ରକ ପରୀକ୍ଷାରେ ଉଲ୍ଲେଖନୀୟ ପାସ୍ ହାର ରହିଛି । ଏବର୍ଷ ପାସ୍ ହାର ୯୫.୩୩% ରହିଥିବାବେଳେ ରାଜ୍ୟରେ ପାସ ହାରରେ ୧ ନମ୍ବରରେ ରହିଛି ଗଜପତି ଜିଲ୍ଲା । ପୂର୍ବ ବର୍ଷ ଅପେକ୍ଷା ପାସ ହାର ଉତ୍ସାହଜନକ ହୋଇଥିବାବେଳେ ଏଥରକ ମଧ୍ୟ ବାଜି ମାରିଛନ୍ତି ଛାତ୍ରୀ ।
ଏଥର ମାଟି୍ରକ ପରୀକ୍ଷାରେ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ତେବେ ଏଥରକ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ବାଜି ମାରିଛନ୍ତି ।
ଏ ବର୍ଷ ୨ ଲକ୍ଷ ୬୩ ହଜାର ୨୨୨ ଜଣ ଛାତ୍ରୀ ସଫଳତାର ସହିତ ଉତୀର୍ଣ୍ଣ ହୋଇଛନ୍ତି ।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ୨, ୪୫୬ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବାବେଳେ ଏ-୨ରେ ୧୫,୬୮୧ ଜଣ, ବି-୧ରେ ୪୩, ୫୬୫ ଜଣ, ବି-୨ରେ ୮୬,୧୦୩ ଜଣ, ସି ଗ୍ରେଡରେ ୧,୨୯, ୮୧୩ ଜଣ, ଡି ଗ୍ରେଡ୍ରେ ୧, ୪୬, ୧୫୨ ଜଣ, ଇ ଗ୍ରେଡରେ ୯୫, ୪୮୧ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି ।
ତେବେ ରାଜ୍ୟରେ ସବୁଠାରୁ ଅଧିକ ପାସ ହାର ସହ ଶୀର୍ଷରେ ରହିଛି ଗଜପତି ଜିଲ୍ଲା ।
ରେଜଲ୍ଟ ବାହାରିବାର ମାସକ ଭିତରେ ପରୀକ୍ଷାର୍ଥୀମାନେ ରିଚେକିଂର ଆବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି ।