ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ
ହତ୍ୟା ଅଭିଯୋଗରେ ବାଣପୁର ଉପ-କାରାଗାରରେ ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟ ହୋଇଛି ।
ଗତ ପାଂଚଦିନ ଧରି ବ୍ରହ୍ମପୁର ଏମକେସିଜିରେ ହୃଦ ରୋଗରେ ପୀଡ଼ିତ ହୋଇ ବନ୍ଦୀ ଶଠ ରାଉତରାୟ ଚିକିତ୍ସା ହୋଇ ଗତକାଲି ସନ୍ଧ୍ୟାରେ କାରାଗାରକୁ ଫେରିଥିଲେ । ରବିବାର ସକାଳୁ ଗାଧୁଆଘରେ ଗାଧୋଉ ଥିବାବେଳେ ହଠାତ ବେହୋସ ହୋଇପଡ଼ିବାରୁ ଜେଲ କର୍ତୃପକ୍ଷ ବାଣପୁର ଡାକ୍ତରଖାନାରେ ଭର୍ତି କରିଥିଲେ ।
ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ ଶହ ରାଉତରାୟଙ୍କ ଘର ବାଣପୁର ଥାନା ଶାନ୍ତିନଗରରେ ।
ପରିବାର ଲୋକଙ୍କୁ କାରଗାର କର୍ତୃପକ୍ଷ ଅବଗତ କରିବା ପରେ ପରିବାର ଲୋକେ ଡାକ୍ତରଖାନା ପହଂଚିଥିଲେ । ଯେହେତୁ ଗତ ୨୮ ତାରିଖରୁ ସେ ଚିକିତ୍ସା ହେଉଥିଲେ, ତେଣୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥାଇପାରେ ବୋଲି ଜେଲ ସୁପରିଟେଣ୍ଡେଂଟ ସୂଚନା ଦେଇଛନ୍ତି ।
ଅନ୍ୟପଟେ ମୃତ ଦେହକୁ ଜବତ କରାଯାଇ ବାଣପୁର ପୁଲିସ ତଦନ୍ତ ଆରମ୍ଭ କରିଛି ।
୨୦୨୪ ମସିହା ଜୁଲାଇରେ ପାରିବାରିକ କଳହରୁ ସାନପୁଅର ହତ୍ୟା ଅଭିଯୋଗରେ ଶଠ ରାଉତରାୟ ବିଚାରଧୀନ ବନ୍ଦୀ ଭାବେ ବାଣପୁର ଉପ-କାରାଗାରରେ ରହୁଥିଲେ ।