ସମୁଦ୍ରରେ ତ୍ରିରଙ୍ଗା ଉଡାଇ ବିଶ୍ୱ ରେକର୍ଡ
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସମୁଦ୍ର ତଳେ ସର୍ବବୃହତ ଭାରତୀୟ ଜାତୀୟ ପତାକା ଉଡାଇ ଏକ ସ୍ୱତନ୍ତ୍ର ମାଇଲଖୁଂଟ ହାସଲ କରିଛି ।
ଯାହା ଗିନିଜ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି ।
ଏହି ରେକର୍ଡ ରାଧାନଗର ବେଳାଭୂମିରେ ହାସଲ କରାଯାଇଛି । ଯେଉଁଠାରେ ନୌସେନା, ପୁଲିସ ଏବଂ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀଙ୍କୁ ନେଇ ଗଠିତ ୨୨୩ଜଣ ବୁଡାଳିଙ୍କ ଏକ ଦଳ ଏହି ଅଭିଯାନ ପରିଚାଳନା କରିଥିଲେ ।
ଏହି ସଫଳତାକୁ ସଠିକତା, ସାହସ ଏବଂ ଜାତୀୟ ଗର୍ବର ପ୍ରଦର୍ଶନ ଭାବେ ଦର୍ଶାଯାଇଛି ।