ପାଣି ଟାଙ୍କି ଉପରୁ ଦୁଇଜଣଙ୍କୁ ରକ୍ଷା କଲା ବାୟୁସେନା
ପାଣି ଟାଙ୍କି ଉପରୁ ଦୁଇଜଣଙ୍କୁ ବାୟୁସେନା କର୍ମୀମାନେ ରକ୍ଷା କରିଛନ୍ତି ।
ବାୟୁସେନାର ଏହି ଦୁଃସାହସିକ କାର୍ଯ୍ୟକୁ ଅନେକଙ୍କଦ୍ୱାରା ପ୍ରଶଂସା ହେଉଛି ।
ଜଣାପଡ଼ିଛି ଯେ ବାୟୁସେନାର ଏମଆଇ-୧୭ ଭି ୫ ହେଲିକପ୍ଟର ଏଭଳି କାର୍ଯ୍ୟ କରିଛି ।
ସୂଚନାଯୋଗ୍ୟ ଯେ ନିକଟରେ ଗୋରଖପୁରର ସିଦ୍ଧାର୍ଥ ନଗରରେ ଏହା ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଦୁଇଜଣ ଖେଳୁଖେଳୁ ଏକ ବିଶାଳ ଟାଙ୍କି ଉପରକୁ ଚଢ଼ି ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଟାଙ୍କିର ସିଡିଟି ଭାଙ୍ଗି ଯାଇଥିବାରୁ ସେମାନେ ତଳକୁ ଓହ୍ଲାଇ ପାରି ନଥିଲେ ।
ରାତିର ଅନ୍ଧକାର ବଢ଼ିବା ସହ ଶିଶୁ ଦୁଇଟିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାକୁ ଲାଗିଥିଲା । ସ୍ଥାନୀୟ ପ୍ରଶାସନ ସମସ୍ତ ଚେଷ୍ଟା କରି ବିଫଳ ହେବା ଉତରପ୍ରଦେଶ ସରକାର ବାୟୁସେନାର ସହାୟତା ଲୋଡିଥିଲେ । ଖବର ପାଇ ଏମଆଇ-୧୭ ଭି ୫ ହେଲିକପ୍ଟରକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା ।
ଅନ୍ଧାର ଏବଂ ସୀମିତ ସ୍ଥାନରେ ହେଲିକପ୍ଟରକୁ ନିୟନ୍ତ୍ରଣ କରି ପିଲାଙ୍କୁ ଉଦ୍ଧାର କରିବା ଏକ ବଡ଼ ଆହ୍ୱାନ ଥିଲା ।
ତଥାପି ବାୟୁସେନାର ଦକ୍ଷ ପାଇଲଟ ଏବଂ କ୍ରୁ ସଦସ୍ୟମାନେ ଅତ୍ୟନ୍ତ ସାହସିକତାର ସହ ମିଶନଟିକୁ ପରିଚାଳନା କରି ଦୁଇ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
ଏମଆଇ-୧୭ ଭି ୫ ହେଲିକପ୍ଟର ବ୍ୟବହାର କରି ମଧ୍ୟ ପିଲାମାନଙ୍କୁ କୌଣସି ଆଘାତ ଲାଗିନଥିଲା । ବିପଦ ସଂକେତ ମିଳିବାର ମାତ୍ର କିଛି ଘଂଟା ମଧ୍ୟରେ ବାୟୁସେନା କାର୍ଯ୍ୟକ୍ଷମ ହୋଇଥିଲା ।