୯ରେ ବେଙ୍ଗଲରେ ଶପଥ ଗ୍ରହଣ ସମାରୋହ
ନୂତନ ମୁଖ୍ୟମନ୍ତ୍ରୀ ନେବେ ଶପଥ : ସମିକ ଭଟ୍ଟାଚାର୍ଯ୍ୟ
ପଶ୍ଚିମବଙ୍ଗରେ ଆସନ୍ତା ୯ ତାରିଖ ଶନିବାର ଶପଥ ନେବେ ନୂତନ ମୁଖ୍ୟମନ୍ତ୍ରୀ । କାରଣ ଏହି ଦିନ ବେଙ୍ଗଲର ସୁନାମଧନ୍ୟ ତଥା ନୋବେଲ ବିଜେତା ସାହିତି୍ୟକ ଓ ଦାର୍ଶନିକ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମଦିନ । ଏଣୁ ଏହି ଐତିହାସିକ ଦିନରେ ବେଙ୍ଗଲରେ ଏକତରଫା ବିଜୟ ହାସଲ କରିଥିବା ନୂତନ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି ।
ସୂଚନାଥାଉ କି. ଗତ କାଲି ଫଳାଫଳ ଘୋଷଣା ପରେ ଦୀର୍ଘ ୧୫ ବର୍ଷରୁ ଊଦ୍ଧ୍ୱର୍ ପଶ୍ଚିମବଙ୍ଗରେ ଶାସନ କରିଆସୁଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପରାଜିତ ହୋଇଛି ।
ଅପରପକ୍ଷେ ପ୍ରାୟ ୩ ଶହ ବର୍ଷ ପରେ ଏଠାରେ ବିଜେପି ସରକାର କ୍ଷମତାକୁ ଆସିଛି ।
ଅନ୍ୟପଟେ ପଶ୍ଚିମବଙ୍ଗରେ ବିଜେପିର ବିଜୟ ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଚାଲିଛି ଚର୍ଚ୍ଚା । କାରଣ ଦୀର୍ଘ ୧୫ ବର୍ଷରୁ ଊଦ୍ଧ୍ୱର୍ ପଶ୍ଚିମବଙ୍ଗକୁ ଶାସନ କରି ଆସୁଥିବା ମମତାଙ୍କୁ ଏଥରକ ଚିତପଟାଙ୍ଗ କରିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ।
ତେଣୁ ତାଙ୍କ ନାମ ସର୍ବାଗ୍ରେ ରହିଛି ।
ତେବେ ବର୍ତମାନ ବିଜେପିର ପଶ୍ଚିମବଙ୍ଗରେ ହେଭିୱେଟ ନେତା ବୋଲାଉଥିବା ଦିଲୀପ ଘୋଷ, ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଏବଂ ଅଗ୍ନିମିତ୍ରା ପଲ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି ।
ତେବେ ଦିଲ୍ଲୀ ଦରବାରରୁ ଯେଉଁ ନିର୍ଦେଶ ଆସିବ ତଦନୁଯାୟୀ ଏମାନଙ୍କ ମଧ୍ୟରୁ କେହି ଜଣେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସାଜି ଶାସନର ମଙ୍ଗ ଧରିବେ ବୋଲି ଆଲୋଚନା ଜୋର ଧରିଛି ।