ତାମିଲନାଡୁରେ ବିଜୟଙ୍କୁ ସରକାର ଗଠନ ଚ୍ୟାଲେଞ୍ଜ
ଆଉ ୧୦ ପାଇଁ କାହା ସହ ମେଂଟ
ତାମିଲନାଡୁରେ ନୂତନ ଭାବେ ନିର୍ବାଚନ ଲଢ଼ି ଜିତିଥିବା ସୁପରଷ୍ଟାର ବିଜୟ ଥାଲାପତିଙ୍କ ପାଇଁ ଆଗକୁ ବହୁତ ଗୁଡ଼ିଏ ଚ୍ୟାଲେଞ୍ଜ ରହିଛି । ଏହି ନିର୍ବାଚନରେ ତାଙ୍କ ଦଳ ଟିଭିକେ ସର୍ବାଧିକ ୧୦୮ଟି ଆସନ ଜିତି ରେକର୍ଡ ସୃଷ୍ଟି କରିଛି । କିନ୍ତୁ ଏହା ସତ୍ୱେ ବିଜୟଙ୍କ ନିକଟରେ ସରକାର ଗଢ଼ିବାକୁ ଆବଶ୍ୟକ ସଂଖ୍ୟା ନାହିଁ ।
କାରଣ ୨୩୪ ସିଟ୍ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ସରକାର ଗଠନ ପାଇଁ ୧୧୮ଟି ସିଟର ଆବଶ୍ୟକତା ରହିଥିବାବେଳେ ଥାଲାପତି ବିଜୟଙ୍କ ଟିଭିକେ ୧୦୮ଟି ଆସନରେ ବିଜୟୀ ହୋଇଛି । ଏଣୁ ବାକି ୧୦ଟି ଆସନ ପାଇଁ ସେ କାହା ସହ ମେଂଟ କରିବେ ତାହାକୁ ନେଇ ଏବେ ଠାରୁ ଅଙ୍କ କଷା ଆରମ୍ଭ ହୋଇଛି ।
ରାଜ୍ୟର ଅନ୍ୟ ୩ ପୁରୁଖା ଦଳ ଡିଏମକେ, ଏଆଇଡିଏମକେ ଓ କଂଗ୍ରେସ କାହା ସହ ବିଜୟ ମେଂଟ କରିବେ ତାହା ଦେଖିବା ବାକି ରହିଲା । ନା’ ଏହି ସରକାର ଗଠନ ନିମନ୍ତେ ସେ ବାମପନ୍ଥୀ କମ୍ୟୁନିଷ୍ଟଙ୍କ ସହାୟତା ଲୋଡ଼ିବେ ତାକୁ ନେଇ ଏବେ ସାରା ରାଜ୍ୟ ତଥା ଦେଶରେ ଚର୍ଚ୍ଚା ।
ସୂଚନାଥାଉ କି, ଏହି ନିର୍ବାଚନରେ ବିଜୟଙ୍କ ତାମିଲାଗା ଭେଟି୍ର କଝାହଗମ (ଟିଭିକେ) ସର୍ବାଧିକ ୧୦୮ଟି ଆସନରେ ବିଜୟୀ ହୋଇଛି । ସେହିଭଳି ପୁରୁଣା ଦଳ ଦ୍ରାବିଡ଼ ମୁନେତ୍ରା କଝହଗମ (ଡିଏମକେ) ୫୯ଟି, ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଝହଗମ (ଏଆଇଡିଏମକେ) ୪୭ଟି, ଇଣ୍ଡଆନ ନ୍ୟାସନାଲ କଂଗ୍ରେସ (ଆଇଏନସି) ୫ଟି, ପଟ୍ଟାଲି ମକ୍କଲ କାଚି (ପିଏମକେ) ୪ଟି, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ (ଆଇୟୁଏମଏଲ) ୨ଟି, ବିଦୁ୍ୟଥାଲାଇ ଚିତୃଥାଇଗଲକାଥି (ଭସିକେ) ୨ଟି, କମୁ୍ୟନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କସିଷ୍ଟ) ସିପିଆଇ(ଏମ) ୨ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି, ଡିଏମଡିକେ ଓ ଏମମକେଏମଏକେଜେଡ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।