ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର
ରାୟଗଡ଼ାରେ ନୂଆ ରେଳ ଡିଭିଜନ
ନୂଆ ରାୟଗଡ଼ା ଡିଭିଜନ ଅଧୀନରେ ମୋଟ ୬୯୬ କି.ମି. ରେଳପଥ ରହିବ ।
ଏହା ଆସନ୍ତା ଜୁନ ୧ ତାରିଖରୁ କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ସୂଚନା ମିଳିଛି । ସମ୍ବଲପୁର, ଖୋର୍ଦ୍ଧା ରୋଡ ଡିଭିଜନ ସହ ରାୟଗଡ଼ାରେ ନୂଆ ଡିଭିଜନ କାମ କରିବ ।
ନୂଆ କରି ସାଉଥ କୋଷ୍ଟ ରେଲୱେ ଜୋନ ପାଇଁ ମଧ୍ୟ ରେଲୱେର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶାଖାପାଟଣାରେ ରହିବ ନୂଆ ସାଉଥ କୋଷ୍ଟ ରେଲୱେ ମୁଖ୍ୟାଳୟ ।
ଇଷ୍ଟ କୋଷ୍ଟ ରେଲୱେ ଅଧୀନରେ ଏହି ନୂତନ ରାୟଗଡ଼ା ଡିଭିଜନ କାମ କରିବ ।