କଂଗ୍ରେସ ଏବେ ଅର୍ବାନ ନକ୍ସଲର ଗ୍ୟାଙ୍ଗ : ମୋଦି
ଆଜିର ଦିବସ ବିଶ୍ୱାସ ଓ ସଂକଳ୍ପର ଦିବସ
ଏହି ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ଓ ଆସାମରେ ଏକତରଫା ବିଜୟ ହାସଲ ପରେ ବିରୋଧୀ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଏବ ଅର୍ବାନ ନକ୍ସଲର ଗ୍ୟାଙ୍ଗ ବୋଲି ପ୍ରଧାନମନ୍ତ୍ରୀ କଟୂ ସମାଲୋଚନା କରିଛନ୍ତି । ଏଥିସହ ବାମପନ୍ଥୀ କମୁ୍ୟନିଷ୍ଟ ଦଳକୁ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ, ଆଜି ଗୋଟିଏ ବି ରାଜ୍ୟରେ କମୁ୍ୟନିଷ୍ଟ ଦଳର ସରକାର ନାହିଁ ।
ଭାରତୀୟ ରାଜନୀତିରେ ଏହା ଏକ ବଡ଼ ପରିବର୍ତନ । କିନ୍ତୁ ଦୁର୍ଭାଗ୍ୟ କଂଗ୍ରେସ ସମ୍ପୂର୍ଣ୍ଣ ବିପରୀତ ଦିଗରେ ଗତି କରୁଛି । ଏଭଳି ସମୟରେ କଂଗ୍ରେସ ବାମପନ୍ଥୀ ବିଚାରଧାରା ଆପଣାଉଛି ବୋଲି ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ବିଜେପିର ବିଶାଳ ବିଜୟ ପରେ ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ମୋଦି ଏହା କହିଛନ୍ତି ।
ସେ ଆହୁରି କହିଥିଲେ ଯେ, ଆଜି ଏକ ଐତିହାସିକ ଦିନ । ଏହା ବିଶ୍ୱାସ ଓ ସଂକଳ୍ପର ଦିବସ ଅଟେ ।
ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାର ଦିବସ । ମୁଁ ଏହି ବିଜୟ ପାଇଁ ବଙ୍ଗଳା, ଆସାମ ଓ ପୁଡ଼ିଚେରୀ, ତାମିଲନାଡୁ ଓ କେରଳର ଜନତାଙ୍କୁ ଆଦରପୂର୍ବକ ନମନ କରୁଛି ।