ଛଟେଇ ନେଇ ବିଦ୍ୟୁତ କର୍ମଚାରୀଙ୍କ ବିକ୍ଷୋଭ
କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବୈଦୁ୍ୟତିକ ଶାଖାରେ ଛଟେଇ ନେଇ ବିଦୁ୍ୟତ କର୍ମଚାରୀ ବିକ୍ଷୋଭ କରିଛନ୍ତି । ବିକ୍ଷୋଭକରୁଥିବା ଛଟେଇ କର୍ମଚାରୀ ସଂଘ ଏଭଳି ଛଟେଇକୁ ପ୍ରତିବାଦ କରି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଟାଟା ପାୱାରର ଏଭଳି ଛଟେଇକୁ ସେମାନେ ଦୃଢ଼ ନିନ୍ଦା କରିବା ସହ ନ୍ୟାୟ ଦାବିରେ ଏକ ସ୍ମାରକପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ତେବେ ସେମାନଙ୍କୁ ଟାଟା ପାୱାର କମ୍ପାନୀ କ’ଣ ପାଇଁ ଛଟେଇ କରୁଛି ବୋଲି କୌଣସି କାରଣ ଦର୍ଶାଯାଇନଥିବା ବିକ୍ଷୋଭକାରୀ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।
ସୂଚନାଥାଉ କି, କୌଣସି ପ୍ରାକ ସୂଚନା ନ ଦେଇ ଏଠାରେ ବିଦୁ୍ୟତ ଯୋଗାଉଥିବା ଟାଟା ପାୱାର କମ୍ପାନୀ ପ୍ରାୟ ୨ ଶହରୁ ୨୫୦ କର୍ମଚାରୀଙ୍କୁ କାମରୁ ଛଟେଇ କରିଦେଇଛି । ଏହାର ପ୍ରତିବାଦରେ ସେମାନେ ବିକ୍ଷୋଭ ଜାରି ରଖିଛନ୍ତି ।