ଦିଲ୍ଲୀ ରିଜର୍ଭ ବ୍ୟାଙ୍କ ଅଟ୍ଟାଳିକାରେ ଅଗ୍ନିକାଣ୍ଡ
ରାଜଧାନୀ ନୂଆଦିଲ୍ଲୀ ପାର୍ଲାମେଂଟ ଷ୍ଟ୍ରିଟସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଛି ।
ସୋଲାର ପ୍ୟାନେଲ ସହ ଯୋଡ଼ି ହୋଇଥିବା ଏକ ବାକ୍ସରୁ ପ୍ରଥମେ ନିଆଁ ବାହାରିଥିଲା ।
ଦିଲ୍ଲୀ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିଥିଲା । ଘଟଣାରେ କେହି ଆହତ ହୋଇନାହାଁନ୍ତି ।
ଅଗ୍ନିକାଣ୍ଡ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ କର୍ତୃପକ୍ଷ ଅପରାହ୍ନ ୧ଟା ୫ମିନିଟରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।
ଏହା ପରେ ପାଂଚଟି ଦମକଳ ଘଟଣାସ୍ଥଳରେ ପହଂଚି ନିଆଁକୁ ନିୟନ୍ତ୍ରଣ କରିଥିଲା । ପନ୍ଦର ମିନିଟ ଭିତରେ ନିଆଁ ଲିଭିଯାଇଥିବା ଜଣାପଡ଼ିଛି ।