ପଥର ଖୋଲରେ ଫସିଲେ ନାବାଳକ
ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ
ନୟାଗଡ଼ସ୍ଥିତ କାଣିପଦା ଜଙ୍ଗଲ ପଥର ଖୋଲରେ ଫସିଛନ୍ତି ଜଣେ ନାବାଳକ ।
ଓଡ଼ଗାଁ ବାଉଁଶଗାଡ଼ିଆସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ସେ ପଥରଖୋଲରେ ଫସି ଯାଇଛନ୍ତି ।
ଖବରପାଇ ଏବେ ଉଦ୍ଧାର କାର୍ଯ୍ୟରେ ନୟାଗଡ଼ ଏବଂ ଓଡ଼ଗାଁ ଅଗ୍ନିଶମ କର୍ମଚାରୀାମାନେ ଲାଗି ରହିଛନ୍ତି ।
ତେବେ ତାଙ୍କ ମୁଣ୍ଡ ପଥର ସନ୍ଧିରେ ରହିଥିବାରୁ ତାଙ୍କୁ ଉଦ୍ଧାର କରାଯିବାରେ ସେମାନଙ୍କୁ ନାକେଦମ ହେବାକୁ ପଡ଼ୁଛି ।