ଇସ୍ତଫା ଦେଲେ ହିମନ୍ତ ବିଶ୍ୱଶର୍ମା
୧୧ରେ ଆସାମର ନୂଆ ସରକାର ଶପଥ
ଆସାମ ବିଧାନସଭା ନିର୍ବାଚନର ଫଳାଫଳର ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି କ୍ରମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଦ୍ୱାରା ଜାରି ଏକ ବିବୃତି ଅନୁଯାୟୀ, ହିମନ୍ତ ଆଜି ଲୋକଭବନରେ ପହଂଚି ରାଜ୍ୟପାଳ ଲକ୍ଷବଚ୍ଚ ପ୍ରସାଦ ଆଚାର୍ଯ୍ୟଙ୍କୁ ତାଙ୍କର ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ତଥାପି, ନୂତନ ସରକାର ଗଠନ ଏବଂ ଶପଥ ଗ୍ରହଣ ନ ହେବା ପର୍ଯ୍ୟନ୍ତ ହିମନ୍ତ ବିଶ୍ୱଶର୍ମାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି ।
ରାଜ୍ୟରେତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି ବିଜେପି ।
୧୨୬ ଆସନ ମଧ୍ୟରୁ ୧୦୨ଟି ଆସନରେ ବିଜୟୀ ହୋଇଛି ଏନଡିଏ ମେଂଟ ।
ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏ ନେଇ ସୂଚନା ଦେଇଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ପ୍ରଧାନମନ୍ତ୍ରୀ ଶପଥ ଉତ୍ସବକୁ ଆସିବାକୁ ଥିବାରୁ ୧୧ ପର୍ଯ୍ୟନ୍ତ ଅପେକ୍ଷା ରହଛି ।