କିଛି ଫୋନରେ ଚାଲିବନି ହ୍ୱାଟ୍ସଆପ
ହ୍ୱାଟ୍ସଆପ ବ୍ୟବହାରୀକାରୀଙ୍କ ପାଇଁ ଏକ ବଡ଼ ଖବର ସାଧାରଣଙ୍କ ନଜରକୁ ଆସିଛି ।
ଜଣାପଡ଼ିଛି ଯେ ସେପ୍ଟେମ୍ବର ୮ ତାରିଖ ୨୦୨୬ ମସିହାରୁ ହ୍ୱାଟ୍ସଆପ ୬.୦ ତଳେ ଥିବା ପୁରୁଣା ଆଣ୍ଡ୍ରଏଡ ସଂସ୍କରଣ ଚାଲୁଥିବା ସ୍ମାର୍ଟଫୋନରେ କାମ କରିବା ବନ୍ଦ କରିଦେବ ।
ହ୍ୱାଟ୍ସଆପର ଏହି ନିଷ୍ପତି ଲକ୍ଷଲକ୍ଷ ବ୍ୟବହାରକାରୀଙ୍କୁୁ ପ୍ରଭାବିତ କରିବ । ଯଦି ସେମାନେ ସେମାନଙ୍କ ମୋବାଇଲ ଡିଭାଇସରେ ହ୍ୱାଟ୍ସଆପ ବ୍ୟବହାର ଜାରି ରଖିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସେମାନଙ୍କର ଫୋନ ବଦଳାଇବାକୁ ପଡ଼ିବ କିମ୍ବା ଏହାର ଅପରେଟିଂ ସିଷ୍ଟମ ଅପଡେଟ କରିବାକୁ ହେବ ।
୨୦୨୬ ପାଇଁ ହ୍ୱାଟ୍ସଆପ ଏକ ବଡ଼ ଅପଡେଟ ଘୋଷଣା କରିଛି ଯାହା ଫଳରେ ସେପ୍ଟେମ୍ବର ୮ତାରିଖ ୨୦୨୬ ମସିହାରୁ ଆପ ଆଉ ଅନେକେ ପୁରୁଣା ସ୍ମାର୍ଟଫୋନରେ କାମ କରିବ ନାହିଁ । କାରଣ ୬.୦ତଳେ ଥିବା ଆଣ୍ଡ୍ରଏଡ ସଂସ୍କରଣ ଚାଲୁଥିବା ଡିଭାଇସଗୁଡ଼ିକ ଆଉ ଆପ୍ଲିକେସନକୁ ସମର୍ଥନ କରିବ ନାହିଁ ।
ନୂତନ ଫିଚର ପ୍ରଚଳନ କରିବା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ କମ୍ପାନୀ ଏହାର ସିଷ୍ଟମକୁ ଅପଗ୍ରେଡ କରୁଛି ।
ଫଳସ୍ୱରୂପ ନିର୍ଦ୍ଦିଷ୍ଟ ସମୟସୀମା ପରେ ଆଣ୍ଡ୍ରଏଡ ୫.୦ କିମ୍ବା ୫.୧ରେ ଚାଲୁଥିବା ଫୋନଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ହ୍ୱାଟ୍ସଆପର ଆକ୍ସେସ ହରାଇବେ ।
ବିଶେଷ କରି ସାମସଙ୍ଗ ଗାଲାକ୍ସି ଏସ୪, ନେକ୍ସସ ୪ ଏବଂ ଏଲଜି ଜି-୨ ଭଳି କିଛି ପୁରୁଣା ମଡେଲ ପାଇଁ ସମର୍ଥନ ସେବା ଖୁବ ଶୀଘ୍ର ବନ୍ଦ ହୋଇଯିବ ।