ପରାଜୟ ପରେ ଟିଏମସିରେ ଫାଟ
ଦିଦିଙ୍କ ବୈଠକକୁ ଆସିନାହାନ୍ତି ୯ ବିଧାୟକ
୨୦୨୬ ସାଧାରଣ ନିର୍ବାଚନରେ ଦୀର୍ଘ ୧୫ ବର୍ଷ ଧରି ଶାସନ କରି ଆସୁଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଦଳ ଏଥର ପରାଜିତ ହୋଇଛି । ଏବେ ପଶ୍ଚିମବଙ୍ଗରେ ଶାସନର ମଙ୍ଗ ଧରିବାକୁ ଯାଉଛି ବିଜେପି ।
ତେବେ ପରାଜୟ ପରେ ଏବେ ମମତାଙ୍କୁ ତାଙ୍କ ଦଳ ଭାଙ୍ଗିବାର ଆଶଙ୍କା ଘାରିଲାଣି । କାରଣ ଦଳ ମଧ୍ୟରେ ଆରମ୍ଭ ହୋଇସାରିଛି ତିକ୍ତତା ଓ ସନେ୍ଦହ ଯେଉଁଥିପାଇଁ ଦଳରେ ଫାଟ ଦେଖାଗଲାଣି । ଏଣୁ ନିଜ ଟିଏମସି ଦଳକୁ ଏକାଠି ରଖିବା ଏବେ ମମତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି ।
ଟିଏମସିର ପରାଜୟର ସମୀକ୍ଷା କରିବାକୁ ଦିଦି ଆଜି ବୈଠକ ଡାକିଥିବାବେଳେ ୯ ଜଣ ବିଧାୟକ ଆସିନାହାନ୍ତି । ଏଥିରୁ ଦଳରେ ଅସନ୍ତୋଷ ଓ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।
ତେଣେ ପରାଜୟ ପାଇଁ ଦଳ ଭିତରେ କେହି ଜଣେ ଆତ୍ମଘାତୀ କାମ କରିଥିବା ମମତା କହୁଛନ୍ତି ।
ତେଣୁ ପରାଜୟର କାରଣ ଖୋଜିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଦିନେ ଯେଉଁମାନେ ଟିଏମସି ପାଇଁ କାମ କରୁଥିଲେ ସେମାନେ ଏବେ ନିଜକୁ ଟିଏମସିର ନେତା ବା କର୍ମୀ ବୋଲି କହୁନାହାନ୍ତି ବା ମାନୁନାହାନ୍ତି ।