ତାମିଲନାଡୁରେ ସରକାର ଗଠନ ନେଇ ସସପେନ୍ସ
ପୁଣି ରାଜ୍ୟପାଳଙ୍କୁ ଭେଟିଲେ ବିଜୟ
ନିର୍ବାଚନ ଫଳାଫଳ ଘୋଷଣା ପରେ ତାମିଲନାଡୁରେ ସର୍ବବୃହତ ଦଳ ଭାବେ ବିଜୟ ଲାଭ କରିଥିବା ଥଲପତି ବିଜୟଙ୍କ ଟିଭିକେ ଦଳ ଏବେ ମଧ୍ୟ ସରକାର ଗଠନ କରିବାକୁ ସମର୍ଥ ନୁହେଁ ।
କାରଣ ବିଧାନସଭା ନିର୍ବାଚନରେ ୧୦୮ଟି ସିଟ୍ରେ ବିଜୟଙ୍କ ଦଳ ୧୦୮ଟି ଆସନରେ ବିଜୟୀ ହୋଇଛି; ମାତ୍ର ସରକାର ଗଠନ ପାଇଁ ଆହୁରି ତାକୁ ୧୦ଟି ଆସନର ଆବଶ୍ୟକତା ପଡ଼ୁଛି ।
ଏଣୁ ତାମିଲନାଡୁରେ ଏବେ ସରକାର ଗଠନ ନେଇ ସସପେନ୍ସ ଲାଗି ରହିଛି ।
ଏଥିପାଇଁ ଆଜି ଲୋକଭବନରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ବିଜୟ ।
ତେବେ ଦ୍ୱିତୀୟ ଥରରେ ଭେଟ ସମୟରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ବିଜୟଙ୍କୁ ରାଜ୍ୟପାଳ କହିଛନ୍ତି ।
ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ବିଧାୟକଙ୍କ ଦସ୍ତଖତ ସହ ଆସିବାକୁ ରାଜ୍ୟପାଳ କହିଛନ୍ତି ।