ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି : ନବୀନ
ଯାଜପୁରରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ନେତା ଓ କର୍ମୀଙ୍କୁ ତାଗିଦ କରିଛନ୍ତି ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେ ସର୍ବଦା ଶୃଙ୍ଖଳାକୁ ପସନ୍ଦ କରିଥାନ୍ତି ଓ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ସେ ନେତା ଓ କର୍ମୀଙ୍କୁ ଚେତାବନୀ ଦେଇଛନ୍ତି ।
ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଆସୁଛି । ଆମେ ସମସ୍ତେ ମିଶି ଦଳକୁ ମଜଭୁତ କରିବା ସହ ଲୋକଙ୍କ ସହିତ ଯୋଡ଼ି ହୋଇ ରହିବାକୁ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଓଡ଼ିଶାବାସୀ ଆମକୁ ୨୪ ବର୍ଷ ସେବା କରିବାକୁ ସୁଯୋଗ ଦେଇଥିଲେ । ଆଗକୁ ପୌର ଓ ପଂଚାୟତ ନିର୍ବାଚନରେ ଆମକୁ ଏକାଠି ହୋଇ ଲଢ଼ି ବିଜୟୀ ହେବାକୁ ପଡ଼ିବ ବୋଲି ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ।
ନବୀନଙ୍କ ଏହି ସନେ୍ଦଶକୁ ଆଦେଶ ବୋଲି ମାନିଛନ୍ତି ଯାଜପୁର ବିଧାୟକ ପି୍ରତୀରଂଜନ ଘଡ଼ାଇ । ସେ ମଧ୍ୟ ନବୀନଙ୍କ ତାଗିଦ ମାନି ଚଳିବାକୁ ଦଳୀୟ କର୍ମୀଙ୍କୁ ଚେତାଇ ଦେବା ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ।