ମମତାଙ୍କୁ ଭେଟିଲେ ଅଖିଳେଶ
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ଅଖିଳେଶ ଯାଦବ ପଶ୍ଚିମବଙ୍ଗରେ ପହଂଚିଥିବା ଦେଖାଯାଇଛି ।
ସେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ।
ପଶ୍ଚିମବଙ୍ଗରେ ୧୫ବର୍ଷର ଟିଏମସି ଶାସନର ଅନ୍ତ ଏବଂ ବିଜେପିର ବିପୁଳ ବିଜୟ ପରେ ଏହା ଏହି ଦୁଇ ନେତାନେତ୍ରୀଙ୍କ ପ୍ରଥମ ସାକ୍ଷାତ ।
ସାକ୍ଷାତ ସମୟରେ ଅଖିଳେଶ କହିଛନ୍ତି ଯେ ଦିଦି ସର୍ବଦା ବିଜେପି ପାଇଁ କଂଟା ହୋଇ ଆସିଛନ୍ତି । ଯଦିଓ ସଂଖ୍ୟା ଏଥର ସେମାନଙ୍କ ସପକ୍ଷରେ ନ ଥାଇପାରେ, ତଥାପି ମମତା ବାନାର୍ଜୀ ଜଣେ ପ୍ରତିବାଦୀ ଯୋଦ୍ଧା ଭାବେ ଲଢ଼ିଛନ୍ତି । ସୁଶ୍ରୀ ବାନାର୍ଜୀ ଅଖିଳେଶ ଯାଦବଙ୍କୁ ସ୍ୱାଗତ କରିବା ପାଇଁ ଫାଟକ ନିକଟକୁ ଆସିଥିଲେ ଏବଂ ଭଣଜା ଅଭିଷେକ ବାନାର୍ଜୀ ତାଙ୍କୁ ସ୍ୱାଗତ କରିଥିଲେ ।
ବୈଠକ ସମୟରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଏକ ଶାଲ ପିନ୍ଧାଇ ସମ୍ମାନିତ କରିଥିଲେ ଏବଂ କହିଥିଲେ ଯେ ‘ଦିଦି ତୁମେ ହରିନାହଁ’ । ଯେଉଁଭାବେ ତୁମ୍ଭେ ନିର୍ବାଚନ ଲଢ଼ିଥିଲ, ତାହା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ।’