ସୌମ୍ୟରଞ୍ଜନ ହତ୍ୟାକାଣ୍ଡ
ମୁହଁ ଖୋଲିଲେ ପୀଡ଼ିତା ଯୁବତୀ
ଗତ ଗୁରୁବାର ଖୋର୍ଦ୍ଧାର ବାଲିଅନ୍ତାରେ ଘଟିଥିବା ମବଲିଚିଂରେ ମୃତ ରେଳବାଇ କନେଷ୍ଟବଳ ସୌମ୍ୟରଞ୍ଜନଙ୍କ ମୃତୁ୍ୟରେ ଏକ ନୂତନ ଟ୍ୱିଷ୍ଟ ଆସିଛି ।
ଏହି ଘଟଣାର ମୂଳ ବୋଲାଉଥିବା ଅସଦାଚରଣର ଶିକାର ହୋଇଥିବା ପୀଡ଼ିତା ଯୁବତୀ ତାଙ୍କ ମୁହଁ ଗଣମାଧ୍ୟମ ଆଗରେ ଖୋଲିଛନ୍ତି ।
ସେ କହିଛନ୍ତି ଯେ, ମୁଁ ଓ ମୋର ସାଙ୍ଗ ସ୍କୁଟରରେ ମାଉସୀ ଘରକୁ ଯାଉଥିଲୁ ।
ବାଟରେ ସୌମ୍ୟରଞ୍ଜନ ଆମକୁ କିଛି କହିଥିଲେ ।
ପରେ ପଛକୁ ଫେରି ଆମ ଗାଡ଼ିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ ।
ପରେ ସୌମ୍ୟରଞ୍ଜନ ମୋର ଡ୍ରେସ ଚିରି ମୋତେ ଅସଦାଚରଣ କରିବା ସହିତ ମୋତେ ମାରିବାକୁ ଚେଷ୍ଟା କରିଥିଲା ।
ସ୍ଥାନୀୟ ଲୋକେ ଆସିଲେ ବୋଲି ମୁଁ ଆଜି ବଂଚିଛି ବୋଲି କହିଛନ୍ତି ପୀଡ଼ିତା ଯୁବତୀ ।