ସୌମ୍ୟରଞ୍ଜନ ହତ୍ୟାକାଣ୍ଡ, ଅନେକ ପ୍ରଶ୍ନ
ତାଙ୍କ ହାତଗୋଡ଼ ବାନ୍ଧି ଟ୍ରକରେ ନେବାର ବ୍ୟବସ୍ଥା କଲା କିଏ ?
ଗତ ଗୁରୁବାର ଖୋର୍ଦ୍ଧାର ବାଲିଅନ୍ତାରେ ମବ ଲିଂଚିଙ୍ଗରେ ପ୍ରାଣ ହରାଇଥିବା ରେଳବାଇ କନେଷ୍ଟବଳ ସୌମ୍ୟରଞ୍ଜନଙ୍କ ମୃତୁ୍ୟ ଘଟଣାରେ ଏକାଧିକ ପ୍ରଶ୍ନ ଏବେ ଉଠିଛି । ଯେତେବେଳେ ଆକ୍ରମଣକାରୀଙ୍କ ମାଡ଼ରେ ସୌମ୍ୟରଞ୍ଜନ ଏକରକମ ଦରମରା ହୋଇଯାଇଥିଲେ ସେତେେବେଳେ ତାଙ୍କ ହାତଗୋଡ଼ ବାନ୍ଧି ଟ୍ରକରେ ନେବାର ବ୍ୟବସ୍ଥା କିଏ କରିଥିଲା ?
କାରଣ କାରଣ ଗୁରୁତର ସୌମ୍ୟରଞ୍ଜନଙ୍କୁ ଆମ୍ବୁଲାନ୍ସ ବଦଳରେ ଏକ ମିନିଟ୍ରକରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଘଟଣାବେଳେ ସିସିଟିଭିରେ ଆଗରେ ପିସିଆର ଭ୍ୟାନ ଯାଉଥିବାବେଳେ ପଛରେ ଟ୍ରକରେ ଗୁରୁତର ସୌମ୍ୟରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଉଥିବା ଦୃଶ୍ୟ କଏଦ ହୋଇଛି ।
ପୁନଶ୍ଚ ସେଦିନର ଘଟଣାବେଳେ ପୁଲିସର କ୍ରାଇମ କଂଟ୍ରୋଲ ଟିମ କ’ଣ କରୁଥିଲା ଓ କାହିଁକି ତ୍ୱରିତ ଘଟଣାସ୍ଥଳରେ ପହଂଚିପାରିଲା ନାହିଁ ?
ଲୋକଙ୍କ ବର୍ବରତାର ସୂଚନା ଦିଆଯିବା ସତ୍ୱେ କ’ଣ ପାଇଁ ପୁଲିସ ଫୋର୍ସକୁ ସ୍ପଟକୁ ପଠାଗଲା ନାହିଁ ?
କାହିଁକି ସ୍ପଟକୁ ଯାଇନଥିଲେ କୌଣସି ପୁଲିସର ବଡ଼ ଅଧିକାରୀ ?
ତେବେ ବାଲିଆନ୍ତରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତି ପହଂଚି ଏହି ଘଟଣାର ନିରପେକ୍ଷ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ।