ବଙ୍ଗରେ ଶୁଭେନ୍ଦୁ ସରକାର
ଟିମରେ ଦିଲୀପ, ଅଗ୍ନିମିତ୍ର
ଆଜି କୋଲକତାର ବି୍ରଗେଡ ଗ୍ରାଉଣ୍ଡରେ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ ।
ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ଏ
ହି କ୍ଷଣ ବହୁ ପ୍ରତିକ୍ଷୀତ, ଐତିହାସିକ ଓ ସ୍ମରଣୀୟ ବୋଲି ସେଠାରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।
ଏହି ଅବସରରେ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍.ଏନ୍.ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସମେତ ସମସ୍ତ ଏନ୍ଡିଏ ଶାସିିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ ।
ଶୁଭେନ୍ଦୁଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ଦିଲୀପ ଘୋଷ ଏବଂ ଅଗ୍ନିମିତ୍ର ପଲ ମଧ୍ୟ ଶପଥ ନେଇଛନ୍ତି ।