ମଇ ୧୧ରେ ଲଘୁଚାପ
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ଦେଖାଦେଇଛି ।
ଆସନ୍ତା ୧୧ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଗାମୀ ୭ ଦିନ ପରେ ଏହାର ପ୍ରଭାବ ଦେଖାଯିବ ।
ତେବେ ଏହାର ପ୍ରଭାବରେ ବଙ୍ଗୋପସାଗରରେ ମଧ୍ୟ ଲଘୁଚାପର ବଳୟ ସୃଷ୍ଟି ହୋଇଛି ।
ଏହି ଲଘୁଚାପ କେଉଁ ଦିଗରେ ଗତି କରିବ ଓ ତା’ର ପ୍ରଭାବ କ’ଣ ରହିବ ତାହା ଏଯାବତ ସ୍ପଷ୍ଟ ହୋଇପାରିନି ।