କାର୍ ଧକ୍କାରେ ଦମ୍ପତି ମୃତ
ଆଜି କଲ୍ୟାଣସିଂହପୁର ଥାନା ଅଂଚଳର କୃଷ୍ଣନଗର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ଏଥିରେ ବାଇକରେ ଯାଉଥିବା ଏକ ଦମ୍ପତିଙ୍କ ମୃତୁ୍ୟ ଘଟିଛି । ଦମ୍ପତି ଯାଉଥିବା ବାଇକକୁ ଏକ କାର୍ ଦ୍ରୁତ ଗତିରେ ଆସି ଧକ୍କା ମାରିବାରୁ ସେମାନଙ୍କ ମୃତ୍ୟୁ ଘଟିଛି ।
ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା କାର ଚାଳକ ଫେରାର ହୋଇଯାଇଛି ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଦମ୍ପତିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ଘଟାଇଥିବା କାର ଓ ବାଇକ୍କୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।