ହଷ୍ଟେଲ ଛାତରୁ ଖସି ଆଇଆଇଟି ଛାତ୍ର ମୃତ
ଭୁବନେଶ୍ୱରସ୍ଥିତ ଏକ ଆଇଆଇଟି କଲେଜର ହଷ୍ଟେଲ ଛାତରୁ ଖସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ।
ବଏଜ ହଷ୍ଟେଲର ଷଷ୍ଠ ମହଲା ବାଲକୋନୀରୁ ପଡ଼ି ଛାତ୍ରଜଣକ ପ୍ରାଣ ହରାଇଛନ୍ତି ।
ମୃତ ଛାତ୍ର ଜଣକ ହେଲେ ଆନ୍ଧ୍ରପ୍ରଦେଶର ତନିକୋଣ୍ଡା ନିଶାନ୍ତ କୁମାର ।
ଖସିପଡ଼ିଥିବା ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଏକ ସ୍ଥାନୀୟ ଘରୋଇ ହସ୍ପିଟାଲକୁ ସହପାଠୀମାନେ ନେଇଥିଲେ; କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏ ସଂକ୍ରାନ୍ତରେ ହଷ୍ଟେଲ କର୍ତୃପକ୍ଷଙ୍କ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା ।
ପୁଲିସ ମୃତ ଛାତ୍ରଙ୍କ ଘରକୁ ଖବର ଦେଇଛି ।
ଛାତ୍ରର ପିତାମାତା ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପିଆରଓ କହିଛନ୍ତି ।